www.samajalive.in
Sunday, December 14, 2025
19.1 C
Bhubaneswar

ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ନାମ ସୁପାରିଶ କଲା କଲେଜିୟମ, ରାଷ୍ଟ୍ରପତିଙ୍କ ସ୍ୱୀକୃତିକୁ ଅପେକ୍ଷା

ଡେସ୍କ: ୨୦୨୫ ଜାନୁଆରି ୧୯ ତାରିଖରେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଅବସର ନେବା ପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡ଼ିଥିଲା। ତେଣୁ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ପ୍ରସ୍ତାବ ଦେଇଛି।

ଜଷ୍ଟିସ ହରିଶ ଟଣ୍ଡନ ୨୦୧୦ ଏପ୍ରିଲ ୧୩ରେ କଲିକତାରେ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ସେବେଠାରୁ ସେ ସେଠାରେ କାର୍ଯ୍ୟ କରୁଛନ୍ତି। ମୁଖ୍ୟ ବିଚାରପତିଙ୍କ ସମେତ ହାଇକୋର୍ଟ ବିଚାରପତିଙ୍କ ସର୍ବଭାରତୀୟ ବରିଷ୍ଠତା ତାଲିକାରେ ଜଷ୍ଟିସ୍ ହରିଶ ଟଣ୍ଡନ ୭ ନମ୍ବର ସ୍ଥାନରେ ରହିଛନ୍ତି। ସେ ତାଙ୍କ ମୂଳ ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତି। ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ପାଇବା ପୂର୍ବରୁ ସେ ସିଭିଲ୍ ମାମଲାରେ କଲିକତା ହାଇକୋର୍ଟରେ ଅଭ୍ୟାସ କରୁଥିଲେ। ନ୍ୟାୟ ପ୍ରଦାନରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ସମସ୍ତ ପ୍ରାସଙ୍ଗିକ ବିଷୟକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବା ପାଇଁ ସବୁ ଦୃଷ୍ଟିରୁ ଉପଯୁକ୍ତ ବୋଲି କଲେଜିୟମ୍ ମତ ରଖିଛି। ତେଣୁ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ସୁପାରିସ କରିଛି।ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିବା ପରେ ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories