www.samajalive.in
Thursday, December 11, 2025
14.1 C
Bhubaneswar

ଏସଏଚଜି ଉତ୍ପାଦିତ ସାମଗ୍ରୀ ପାଇଁ ଓରମାସର ସମୟ ନାହିଁ

ପାଟଣା : ମହିଳା ମାନଙ୍କୁ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ କରିବା ପାଇଁ ଯେତେ ଯେତେ ବ୍ୟବସ୍ଥା ରହିଛି ସେଥିମଧ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ ଏକ ମୁଖ୍ୟ ମାଧ୍ୟମ ହୋଇଥିବାବେଳେ ଗ୍ରାମାଞ୍ଚଳର ମହିଳା ମାନଙ୍କ ପାଇଁ ଏହାର ଆବଶ୍ୟକତା ଏବେ ଯଥେଷ୍ଟ ବଢ଼ି ଯାଇଛି। ଏସଏଚଜି ମାନଙ୍କୁ ବ୍ୟାଙ୍କ ଜରିଆରେ କୋଟି କୋଟି ଟଙ୍କା ଋଣ ଓ ସବସିଡି ଦିଆଯାଉଥିଲେ ମଧ୍ୟ ସଂଖ୍ୟାଧିକ ଏସଏଚଜି ଅର୍ଥର ସଦୁପଯୋଗ ପାଇଁ ଆଗ୍ରହ ପ୍ରକାଶ ନକରି ଟଙ୍କା ସୁଧ ଲଗାଇବାକୁ ଏକ ବ୍ୟବସାୟରେ ପରିଣତ କରି ଦେଲେଣି। ଅପର ପକ୍ଷରେ ଯେଉଁ ନାମ ମାତ୍ର କେତେକ ଏସଏଚଜି ବିଭିନ୍ନ ଦ୍ରବ୍ୟ ଉତ୍ପାଦନ କରି ସ୍ବାବଲମ୍ବୀ ହେବାପାଇଁ ଆଗ୍ରହୀ ସେମାନଙ୍କୁ ଉପଯୁକ୍ତ ବଜାର ବ୍ୟବସ୍ଥା ଯୋଗାଇବାରେ ମିଶନ ଶକ୍ତି ବିଫଳ ହେଉଛି। ଓରମାସ ଏହି ଦ୍ରବ୍ୟ ସଂଗ୍ରହ ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁନଥିବାରୁ ଏସଏଚଜି ମାନେ ଅଧିକ ଉତ୍ପାଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଘଟଗାଁ ବ୍ଲକ ଅନ୍ତର୍ଗତ ମନୋହରପୁର ପଞ୍ଚାୟତ କଟରାବେଡା ଗ୍ରାମରେ। ଏହି ଗ୍ରାମର ଗୀତା ଗାୟତ୍ରୀ ଏସଏଚଜିର ସଭାନେତ୍ରୀ ଡଲି ନାୟକ ଓ ସମ୍ପାଦିକା ସୁଷମା ଦଣ୍ଡପାଟଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ଗୋଷ୍ଠୀର ୧୦ ଜଣ ମହିଳା ଦୀର୍ଘ ୩ ବର୍ଷ ହେଲା ଧଳା ଫିନାଇଲ , ୱାସିଂ ପାଉଡର ଏବଂ ବାସନ ମଜା ଲିକୁଇଡ ତିଆରି କରୁଥିଲେ ମଧ୍ୟ ସେମାନେ କୌଣସି ମେଳା ମହୋତ୍ସବରେ ବିକ୍ରି କରିବାର ସୁଯୋଗ ପାଇ ନାହାଁନ୍ତି କିମ୍ବା ଓରମାସ ପକ୍ଷରୁ ଥିବା ବ୍ୟବସ୍ଥା ଅନୁଯାୟୀ ସେମାନେ ଓରମାସକୁ ମଧ୍ୟ ସାମଗ୍ରୀ ଦେଇ ପାରୁନାହାନ୍ତି। ନିଜ ଉଦ୍ୟମରେ ସେମାନେ ବେଶୀ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ପାରୁନଥିବାରୁ ସେମାନଙ୍କର ରୋଜଗାର ମଧ୍ୟ ବଢିବାର ସୁଯୋଗ ନଥିବା ଏହାର କର୍ମକର୍ତ୍ତା କହିଛନ୍ତି । କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ମତ ରଖିଛନ୍ତି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories