ଡେସ୍କ: ଚଳିତ ମାସ ଅର୍ଥାତ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ରାଜ୍ୟ ପୁଲିସର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି। ଏହି ପରୀକ୍ଷା କରୁଥିବା ଓଡିଶା ପୁଲିସ ଚୟନ ବୋର୍ଡ ଗତ ୨ ତାରିଖରେ ଏହି ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ଼ କରିବା ବିଷୟ ଘୋଷଣା କରିଥିଲେ।
ଓଡିଶା ପୁଲିସ ଚୟନ ବୋର୍ଡ ସୂଚନା ଅନୁଯାୟୀ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷାର୍ଥୀମାନେ ନୂଆ ତାରିଖ ଜାଣିବା ପାଇଁ ଓଡିଶା ପୁଲିସ ୱେବସାଇଟ ନିୟମିତ ଦେଖିବାକୁ ପରାମର୍ଶ ଦିଆଯାଇଛି। ତେବେ ପରୀକ୍ଷା କାହିଁକି ସ୍ଥଗିତ ରଖାଗଲା ସେ ନେଇ ଓଡିଶା ପୁଲିସ ଚୟନ ବୋର୍ଡ ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ। ୯୩୩ଟି ପୁଲିସ ଏସଏଇ, ଅଗ୍ନିଶମ ସେବା ଷ୍ଟେସନ ଅଫିସର ଓ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ଚଳିତ ମାସ ୮ ଓ ୯ରେ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ଥିଲେ ମଧ୍ୟ କେଉଁ କାରଣ ପାଇଁ ସ୍ଥଗିତ ରଖାଗଲା, ସେ ବିଷୟରେ ସୂଚନା ଦିଆଯାଇ ନାହିଁ।



