www.samajalive.in
Friday, December 12, 2025
27.1 C
Bhubaneswar

ଆଠଗଡରେ ବିଜେଡିର ଧାରଣା, ବିକ୍ଷୋଭ ଓ ସ୍ମାରକପତ୍ର ପ୍ରଦାନ

ଆଠଗଡ  : ପୂର୍ବତନ ମୁଖ୍ଯମନ୍ତ୍ରୀ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକ ଜୟନ୍ତୀ ମାର୍ଚ୍ଚ ୫ ତାରିଖକୁ ପୁନଶ୍ଚ ପଞ୍ଚାୟତରାଜ ଦିଵସ ରୂପେ ପାଳନ କରିବା, ମାହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିବା ଅଭିଯୋଗରେ ମାହାଙ୍ଗା ବିଧାୟକଙ୍କୁ ଗିରଫ କରିବା ଦାବିରେ ଆଠଗଡ ବିଜେଡି ପକ୍ଷରୁ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର ପତ୍ର ପ୍ରଦାନ କରାଯାଇଛି। ଗୁରୁବାର ସକାଳେ ଆଠଗଡ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ଵରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସିଥିଲା । ଏହି ଶୋଭାଯାତ୍ରାରେ ଶତାଧିକ ବିଜୁ ପ୍ରେମୀ ଜନସାଧାରଣ, ବିଜେଡି କର୍ମୀ, ନେତା, ନିର୍ବାଚିତ ଜନ ପ୍ରତିନିଧି, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ ଉପାଧ୍ୟକ୍ଷ ବି ଶୁଭ୍ରଶଙ୍କର ଜ୍ୟୋତି, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ସଭ୍ୟା ଶାନ୍ତିଲତା ବେହେରା ଓ ମିନତୀ ଗାଗରାଇ ପ୍ରମୁଖ ସାମିଲ ହୋଇଥିଲେ ।

ଶୋଭାଯାତ୍ରା ଆସି ପହଞ୍ଚିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ନେତା ଓ କର୍ମୀ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଧାୟକ ସ୍ବାଇଁଙ୍କ ସମେତ ସାହିତ୍ୟିକ ଡଃ ନାରାୟଣ ପଣ୍ଡା, ବରିଷ୍ଠ ନେତା ଲଳିତେନ୍ଦୁ ସେନାପତି, ପ୍ରଦୀପ୍ତ ଦାସ, ପ୍ରକାଶ ରାଉତ, ମହିଳା ବିଜେଡି ନେତ୍ରୀ ମିତା ରାଉତ ପ୍ରମୁଖ ତିନି ଦଶନ୍ଧି ଧରି ବିଜୁ ବାବୁଙ୍କ ଜୟନ୍ତୀ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନକୁ ରାଜ୍ୟ ସରକାର ବନ୍ଦ କରିବା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ସହିତ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ଏହି ଅପମାନ ସମଗ୍ର ଓଡିଆ ଜାତି ପାଇଁ ଅସହ୍ୟ ଯନ୍ତ୍ରଣାଦାୟକ ବୋଲି ସେମାନେ କହିଥିଲେ । ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ଏବଂ ଦେଶରେ ପ୍ରଥମେ ଓଡିଶାରେ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରି ଦେଶ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ତେବେ ରାଜ୍ୟର ବିଜେପି ସରକାର ବିଜୁ ବାବୁଙ୍କ ଭଳି ଜଣେ ସର୍ପମାନ୍ୟ ଜନନାୟକଙ୍କୁ ଅସମ୍ମାନ କରିବା ପ୍ରତ୍ୟେକ ଓଡିଆଙ୍କୁ ବ୍ୟଥିତ କରିଛି ବୋଲି ବିଧାୟକ ସ୍ୱାଇଁ ମତପ୍ରକାଶ କରିଥିଲେ । ରାଜ୍ଯ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ସହ ପୂର୍ବ ପରି ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ଘୋଷଣା କରନ୍ତୁ ବୋଲି ବିଜେଡି ନେତାମାନେ ଦାବି କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ପ୍ରଦାନ କରାଯାଇଥିଲା ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories