www.samajalive.in
Friday, December 12, 2025
27.1 C
Bhubaneswar

ମହିଳା ଦିବସରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ଚଳିତ ମାସ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ନାରୀ ଶକ୍ତି ସେ ବିକଶିତ ଭାରତ’ ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ସଶସ୍ତ୍ର ବାହିନୀ ଓ ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ, ମାଇଁ ଭାରତ ସ୍ୱେଚ୍ଛାସେବୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସମେତ ବିଭିନ୍ନ କ୍ଷେତ୍ରର ମହିଳାମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବ୍ୟାଙ୍କ, ୟୁନିସେଫ୍, ଜାତିସଂଘ ମହିଳା, ୟୁଏନଡ଼ିପି ଏବଂ ୟୁଏନ୍ଏଫପିଏ ଭଳି ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହିବେ। ‘SheBuildsBharat’ ହ୍ୟାଶଟ୍ୟାଗ୍ ସହ ଏକ ସୋସିଆଲ ମିଡିଆ ଅଭିଯାନର ମଧ୍ୟ ଆୟୋଜନ କରାଯାଉଛି।


ଅନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ଏହି ଦିବସ ମହିଳାଙ୍କ ବହୁମୁଖୀ ବିକାଶ ଉପରେ ଆଲୋଚନା କରିବା ଏବଂ ଏହା ହାସଲ କରିବାରେ ଥିବା ପ୍ରତିବନ୍ଧକକୁ ଦୂର କରିବାର ସୁଯୋଗ ପ୍ରଦାନ କରିବ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories