www.samajalive.in
Friday, December 12, 2025
14.1 C
Bhubaneswar

ସୁପ୍ରିମକୋର୍ଟଙ୍କ ରାୟ ପରେ ଟିଏମ୍‍ସି ଠାରୁ ଦୂରତା ବଢାଇଲା କଂଗ୍ରେସ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସ ନିଜ ଭାବ ଓ ବ୍ୟବହାରରେ କିଛିଟା ପରିବର୍ତ୍ତନ କରିଛି। କଂଗ୍ରେସ ଦଳ ଏବେ ସଂସଦ ଭିତରେ ଓ ବାହାରେ ତୃଣମୂଳ କଂଗ୍ରେସ (ଟିଏମ୍‍ସି)ଠାରୁ ଦୂରରେ ରହିବାକୁ ଚେଷ୍ଟା କରୁୁଥିବା ଦେଖିବାକୁ ମିଳୁଛି।
ଉଲ୍ଲେଖଯୋଗ୍ୟ ଯେ କଲକତାରେ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ଅଧ୍ୟକ୍ଷା ମମତା ବାନାର୍ଜୀ ଧାରଣାରେ ବସିଥିଲେ। ସଂସଦରେ ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ ହଙ୍ଗାମା କରୁଥିବା ତୃଣମୂଳ କଂଗ୍ରେସ ସାଂସଦଙ୍କୁ କଂଗ୍ରେସ ସମର୍ଥନ ଦେଇଥିଲା। ସିବିଆଇ କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସ ଖୋଲାଖୋଲି ଭାବେ ମମତାଙ୍କ ସମର୍ଥନ କରିଥିଲା। ମମତା ବାନାର୍ଜୀଙ୍କ ସମର୍ଥରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ୍‍ ମଧ୍ୟ କରିଥିଲେ। ସମସ୍ତ ବିରୋଧୀ ଦଳ ମିଶି ଫାଶୀବାଦୀ ଶକ୍ତିଙ୍କୁ ହରାଇବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଛି। ବୁଧବାର କଂଗ୍ରେସର ବରିଷ୍ଠ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି ଯେ କଲକାତାରେ ସିବିଆଇ କାର୍ଯ୍ୟାନୁଷ୍ଠାନ ନେଇ ଅଦାଲତଙ୍କ ନିଷ୍ପତ୍ତିକୁ ମାନିବାକୁ ପଡ଼ିବ। ଆମେ କେନ୍ଦ୍ର ସରକାରଙ୍କ କାର୍ଯ୍ୟଶୈଳୀ ବିରୋଧରେ କହୁଛୁ। ସିବିଆଇ କିଭଳି ରାଜ୍ୟ ସରକାରଙ୍କୁ ନକହି ସେଠାକୁ ଯାଇଥିଲା ତାର ପ୍ରତବାଦ କରୁଥିଲୁ।
କଂଗ୍ରେସର ଏହି ପରିବର୍ତ୍ତନ ପାଇଁ ଲୋକସଭା ନିର୍ବାଚନ ଋଣନୀତି ରହିଛି ବୋଲି କୁହାଯାଉଛି। ପଶ୍ଚିମବଙ୍ଗରେ ଏବେ ମେଣ୍ଟ ଚିତ୍ର ସ୍ପଷ୍ଟ ହୋଇନାହିଁ। ଚନ୍ଦ୍ରବାବୁ ନାଇଡୁଙ୍କ ସହ ମିଶି କଂଗ୍ରେସ ଓ ବିଜେପିକୁ ଛାଡ଼ି ତୃତୀୟ ସାମୁଖ୍ୟ ଗଠନ ଲକ୍ଷ୍ୟରେ ଥିବା ମମତା ଏପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ମେଣ୍ଟ ନହେଲେ କଂଗ୍ରେସ ଓ ଟିଏମ୍‍ସି ପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ସେତେବେଳେ କଂଗ୍ରେସ ଶାରଦା ଦୁର୍ନୀତି କଥା ଉଠାଇବ। ଏଥିପାଇଁ ଦଳ ମମତା ଓ ଟିଏମ୍‍ସି ନେତାଙ୍କଠାରୁ ଦୂରତା ବଢାଉଛନ୍ତି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories