www.samajalive.in
Friday, December 12, 2025
14.1 C
Bhubaneswar

ଇଡ଼ି କାର୍ଯ୍ୟାଳୟରେ ରବର୍ଟ ଭଦ୍ରାଙ୍କୁ ଦେଢ ଘଣ୍ଟା ଜେରା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ବୁଧବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)ର ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ଜେରାର ସମ୍ମୁଖୀନ ହୋଇଛନ୍ତି। ଇଡ଼ି କର୍ତ୍ତୃପକ୍ଷ ତାଙ୍କୁ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛନ୍ତି। ତେବେ ପ୍ରିୟଙ୍କା ସ୍ୱାମୀ ରବର୍ଟଙ୍କ ସହ ଇଡ଼ିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଇଡ଼ି କାର୍ଯ୍ୟାଳୟ ପ୍ରବେଶ ଦ୍ୱାର ନିକଟରୁ ପ୍ରିୟଙ୍କା ଫେରିଯାଇଥିଲେ। ପ୍ରକାଶଯୋଗ୍ୟ ଯେ ଦିଲ୍ଲୀର ଏକ ଅଦାଲତ ଶନିବାର ଏହି ମାମଲାରେ ରବର୍ଟ ଭାଦ୍ରାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ନିର୍ଦେଶ ଦେଇଥିଲେ। ଏହାସହ ଭାଦ୍ରାକୁ ତଦନ୍ତରେ ସହଯୋଗ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଥିଲେ। ଏହିକ୍ରମରେ ଫେବୃଆରୀ ୬ରେ ଭଦ୍ରାକୁ ଜେରା କରିବା ପାଇଁ ଇଡ଼ିକୁ ଅନୁମତି ପ୍ରଦାନ କରିଥିଲେ।
ୟୁପିଏ୍‍ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ବିଦେଶରେ ବେଆଇନ ସମ୍ପତ୍ତି ରଖିବା ସମ୍ପର୍କିତ ମାମଲାରେ ବୁଧବାର ଇଡ଼ି ସମ୍ମୁଖରେ ହାଜର ହୋଇଥିଲେ। ଦିନ ୩ଟା ୪୭ ମିନିଟରେ ଭଦ୍ରା ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପୂର୍ବରୁ ଓକିଲଙ୍କ ତାଙ୍କ ଏକ ଦଳ ସେଠାରେ ପହଞ୍ଚି ସାରିଥିଲା। ପ୍ରଥମ ଥର ରବର୍ଟ ଭାଦ୍ରା କୌଣସି ଏକ ତଦନ୍ତ ସଂସ୍ଥା ସମ୍ମୁଖରେ ହାଜର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଗରୁ ଭଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଆସୁଥିଲେ। ରାଜନୈତିକ ଆକ୍ରୋଶରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଥିବା ସେ କହିଥିଲେ। ଦିଲ୍ଲୀର ଏକ ଅଦାଲତ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ତାଙ୍କୁ ଅଗ୍ରୀମ ଜାମିନ୍‍ ପ୍ରଦାନ କରିଥିଲେ। ଏବେ ସେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି।
ବେଆଇନ୍‍ ଅର୍ଥ କାରବାରର ଏହି ମାମଲା ଲଣ୍ଡସ୍ଥିତ ଏକ ସମ୍ପତ୍ତିର କିଣାବିକା ସହ ଜଡ଼ିତ। ଭାଦ୍ରାଙ୍କ ଅତିଘନିଷ୍ଠ ସହଯୋଗୀ କୁହାଯାଉଥିବା ସୁନୀଲ ଆରୋଡ଼ା ଖିଲାପ ଇଡ଼ି ବେଆଇନ୍‍ ଅର୍ଥ କାରବାର ନେଇ ମାମଲା ରୁଜୁ କରିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories