www.samajalive.in
Friday, December 12, 2025
14.1 C
Bhubaneswar

ଆଉରଙ୍ଗଜେବ ହତ୍ୟା ମାମଲାରେ ୩ ଯବାନ ଗିରଫ

ନୂଆଦିଲ୍ଲୀ : ସହିଦ ଯବାନ ଆଉରଙ୍ଗଜେବଙ୍କ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିଛି ସେନା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪୪ ରାଷ୍ଟ୍ରୀୟ ରାଇଫଲ୍ସର ୩ ଜଣ ଯବାନଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ଅବିଦ ୱାନୀ, ତାଜମୁଲ ଅହମ୍ମଦ ଏବଂ ଆଦିଲ ୱାନୀ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ପୁଲୱାମାର ଓ ଜଣେ କୁଲଗାମ ନିବାସୀ। ଏମାନେ ଆଉରଙ୍ଗଜେବଙ୍କ ସମ୍ବନ୍ଧରେ ଆତଙ୍କବାଦୀମାନଙ୍କୁ ସୂଚନା ପ୍ରଦାନ କରିଥିବା ସେନା ସନ୍ଦେହ କରୁଛି।
୨୦୧୮ ଜୁନରେ ଇଦ୍‌ ପାଳନ ନିମନ୍ତେ ଛୁଟିନେଇ ପୁଞ୍ଚସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ରାଇଫଲମ୍ୟାନ ଆଉରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅଧାବାଟରୁ ଅପହରଣ କରିନେଇଥିଲେ। ତାଙ୍କ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୨୦୧୮ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ପାଳନ ଅବସରରେ ତାଙ୍କୁ ମରୋଣତ୍ତୋର ଭାବେ ‘ସୌର୍ଯ୍ୟଚକ୍ର’ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ତାଙ୍କ ପିତା ତତ୍‌ସମୟରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ତେବେ ଦୁଇ ଦିନ ପୂର୍ବେ ଜାମ୍ମୁର ବିଜୟପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ବେଳେ ଆଉରଙ୍ଗାଜେବଙ୍କ ପିତା ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟପଟେ ଅଟକ ଯବାନ ଅବିଦ ୱାନି ନାମକ ଜଣେ ଯବାନଙ୍କ ଭାଇ ତାସିଫ ଅହମ୍ମଦ ରାଷ୍ଟ୍ରୀୟ ରାଇଫଲ୍ସ ଅଧିକାରୀଙ୍କ ମାଡ଼ରେ ଆହତ ହେବା ପରେ ସୋମବାର ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହି ଘଟଣା ସମ୍ବନ୍ଧରେ ସବିଶେଷ ତଥ୍ୟ ତଦାରଖ କରାଯାଉଛି ବୋଲି ପ୍ରତିରକ୍ଷା ସଚିବ କ​‌​‌ର୍ଣେଲ ରାଜେଶ କାଳିଆ କହିଛନ୍ତି। ୨୭ ବର୍ଷ ବୟସ୍କ ଅହମ୍ମଦଙ୍କୁ ପ୍ରଥମେ ପୁଲୱାମା ଜିଲା ଅନ୍ତର୍ଗତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ ଶ୍ରୀନଗରସ୍ଥିତ ଶ୍ରୀ ମହାରାଜା ହରିସିଂହ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ଅହମ୍ମଦଙ୍କ ପରିବାର ଲୋକେ କହିଛନ୍ତି ପୁଲୱାମାସ୍ଥିତ ରାଷ୍ଟ୍ରୀୟ ରାଇଫଲ୍ସ ଶିବିର ପକ୍ଷରୁ ଡକରା ପାଇ ଅହମ୍ମଦ ସେଠାକୁ ଯାଇଥିଲେ। ଶିବିରରୁ ବାହାରିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଅନ୍ୟପଟେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଙ୍ଗଳବାର ଶ୍ରୀନଗର ଡାକ୍ତରଖାନାକୁ ଯାଇ ଅହମ୍ମଦଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି। ଅହମ୍ମଦଙ୍କ ଭାଇ ନିଖୋଜ ଥିବା ବେଳେ ତାଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି।
ଭାରତୀୟ ସେନାର ଅଧୀକାରୀ ମେଜର ରୋହି ଶୁକ୍ଲାଙ୍କ ବିରୋଧରେ ଅଭିଯୋଗ ଉଠାଇ ସେ କହିଛନ୍ତି ଶୁକ୍ଲା ଅହମ୍ମଦଙ୍କ ତଣ୍ଟି ଚିପିବା ସହିତ ବନ୍ଧୁକ କାନ୍ଧରେ ରଖି ଫଟୋ ପାଇଁ ପୋଜ ଦେବାକୁ କହିଥିଲେ। ଶୁକ୍ଲାଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ସେ କିଭଳି ସେନାଧିକାରୀ ଯିଏକି କାଶ୍ମୀର ଯୁବକଙ୍କ ଉପରେ ଅତ୍ୟାଚାର କରୁଛନ୍ତି। କିନ୍ତୁ ମେହବୁବାଙ୍କ ଏହି ଅଭିଯୋଗକୁ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ମନଗଢା କଥା ଦର୍ଶାଇଛନ୍ତି। ସେ କହିଛନ୍ତି ନିର୍ବାଚନ ସମୟରେ ମେହବୁବାଙ୍କ ଦଳ ଦୁଃସ୍ଥିତିରେ ଥିବାରୁ ମେହବୁବା ଏଭଳି ମନ୍ତବ୍ୟ ଦେଉଛନ୍ତି। ତାଙ୍କ କଥାକୁ ଗୁରୁତ୍ବ ନ ଦେବାକୁ ରାଜ୍ୟପାଳ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories