www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର ?

ମେଷ: ସର୍ବ ନରେନ୍ଦ୍ର ପୂଜ୍ୟ ହେବେ। ବକ୍ତବ୍ୟ ଜନସାଧାରଣଙ୍କର ହୃଦୟସ୍ପର୍ଶୀ ହେବ। ଚରିତ୍ର ଶାସ୍ତ୍ରାନୁୁମୋଦିତ ହେବ। ଦ୍ବିଜମାନଙ୍କର ପ୍ରଗତି ହୋଇପାରେ। ଦୁର୍ଭାଗ୍ୟର ଅବସାନ ଘଟିବ। ସୁଖୀ ହେବେ।

ବୃଷ:ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ନୁହେଁ। ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତି ଉପୁଜିପାରେ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତିକରିବେ। ସତର୍କରେ ଚଳିବେ।
ମିଥୁନ: ସଦାସର୍ବଦା ଧର୍ମମତି ହେବେ। ସୁକାନ୍ତିସମ୍ପନ୍ନ ହୋଇପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଜନସେବାରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ। ସୁଖକର ଘଟଣାମାନ ଘଟିପାରେ।

- Advertisement -

କର୍କଟ: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସ୍ବଳ୍ପ ପରିମାଣର ଧନପ୍ରାପ୍ତ ହୋଇପାରନ୍ତି। କଷ୍ଟେମଷ୍ଟେ ଋଣ ପରିଶୋଧ କରିବେ। ସରକାରୀ ଅର୍ଥ ମିଳିପାରେ।
ସିଂହ: ସରକାରୀ ପରାମର୍ଶଦାତା ହେବା ଆଶା କରାଯାଏ। ସ୍ବୀକୃତି ସମ୍ପନ୍ନ ହେବେ। ସାକ୍ଷାତକାରରେ ଯୋଗ ଦେବା ପାଇଁ ଯୁବବର୍ଗ ସାଧାରଣ ଜ୍ଞାନ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିବେ। ସୁସ୍ଥ ଜୀବନ ବିତାଇବେ।

କନ୍ୟା: କ୍ଷେତରୁ ଉତ୍ପନ୍ନ ଶସ୍ୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଯାନବାହନ ସୁଖ ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀ ସହଭାଗିନୀ ହେବେ। ଗୃହ ପରିବେଶ ସ୍ବାସ୍ଥ୍ୟ ଉପଯୋଗୀ ହେବ।
ତୁଳା: ବିନୀତ ସ୍ବଭାବସମ୍ପନ୍ନ ହେବେ। ସ୍ତ୍ରୀ ଧନରେ ସୁଖୀ ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଉପୁୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇପାରେ। ଦେବ ଦର୍ଶନ କରିପାରନ୍ତି।
ବିଛା: କର୍ମକ୍ଷେତ୍ରରେ ନିଷ୍ଠା ଓ ବ୍ୟବସାୟରେ ଶୁଦ୍ଧତା ଆପଣଙ୍କୁ ଧନବାନ୍‌ କରିପାରେ। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍‌ ଦରକାରୀ ଦ୍ରବ୍ୟ ଲାଭର ସୂଚନା ମିଳୁଛି।

ଧନୁ: ରଣ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। କ୍ଷମାସାଗର ହୋଇପାରନ୍ତି। ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।
ମକର: ଏକାନ୍ତ ସାଧନା ଫଳବତୀ ହେବ। ପରିଶ୍ରମ ବୃଥା ହେବାର ଅଶୁଭ ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ସାହସୀ ହୋଇପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବେ।

କୁମ୍ଭ: ନାନାବିଧ ସମ୍ମାନର ଅଧିକାରୀ ହେବେ। ପରୋପକାର କରି ସୁଖ ଅନୁଭବ କରିବେ। ବିଭୁ କରୁଣାରୁ ସଂଶୟ ମୋଚନ ହେବ। ସରକାରୀ ସ୍ତରରୁ ସମ୍ମାନ ସହ ଧନ ପ୍ରାପ୍ତିର ସୂଚନା ମିଳୁଛି। କର୍ମକୁଶଳୀ ହେବେ।
ମୀନ: ଜଣେ ବିଜ୍ଞ ବ୍ୟକ୍ତିଭାବେ କ୍ଷମାଶୀଳ ହେବେ। ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ ହେବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories