ନୂଆଦିଲ୍ଲୀ:କର୍ଣ୍ଣାଟକ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଏକ ଅଭିଯୋଗ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ କୃଷି ସମ୍ପଦ ବିଭାଗ ଦ୍ୱାରା ପ୍ରାଣୀ ଉଦ୍ୟାନରୁ ୧ଲକ୍ଷ ୨୫ହଜାର ଟଙ୍କାର ଗୋବର ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। କର୍ଣ୍ଣାଟକର ଚିକମ୍ମାଗାଲୁରୁ ଜିଲାର ବିରୁର ସହରର ଅମ୍ରିତ ମହଲ ପ୍ରାଣୀ ଉଦ୍ୟାନରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।
ବିଭାଗ ଦ୍ୱାରା ହୋଇଥିବା ଅଭିଯୋଗ ଅନୁଯାୟୀ ୩୫ରୁ ୪୦ଟ୍ରାକ୍ଟର ଗାଈ ଗୋବର ପ୍ରାଣୀ ଉଦ୍ୟାନରୁ ଚୋରି ହୋଇଯାଇଛି। ଏହି ମାମଲାରେ ପୁଲିସ ପ୍ରାଣୀ ଉଦ୍ୟାନର ସୁପରଭାଇଜରଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଥିଲେ ମଧ୍ୟ ଚୋରି ସାମଗ୍ରୀ ଜବତ କରିବା ପୁଲିସ ପାଇଁ କାଠିକର ପ୍ରମାଣିତ ହେଉଛି। କାରଣ ଅଧିକାଂଶ ଗାଈ ଗୋବର ସମ୍ପୃକ୍ତ ସୁପରଭାଇଜର ବିଭିନ୍ନ ଚାଷ ଜମି ମାଲିକଙ୍କୁ ବିକ୍ରି କରିଥିବାରୁ ଏହି ଗୋବର ଏବେ ଚାଷ ଜମିରେ ମାଟି ସହ ମିଶିଯାଇଛି। ଚାଷୀ ଗାଈ ଗୋବରକୁ ପ୍ରାକୃତିକ ସାର ଭାବେ ବ୍ୟବହାର କରୁଥିବାରୁ ଏହି ଗୋବର ସେମାନେ ସୁପରଭାଇଜରଙ୍କଠାରୁ କିଣି ଜମିରେ ପକାଇ ଦେଇଛନ୍ତି।
ଚୋରି ହେଲା ୧ଲକ୍ଷ ୨୫ହଜାର ଟଙ୍କାର ଗୋବର
Popular Categories



