www.samajalive.in
Monday, December 15, 2025
16.1 C
Bhubaneswar

୪ ଓ୍ବିକେଟରେ ହାରିଲା ଅଷ୍ଟ୍ରେଲିଆ, ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭାରତ

ଦୁବାଇ : ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ପ୍ରବେଶ କଲା ଭାରତ । ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଲଢେଇରେ ୪ ଓ୍ବିକେଟରେ ବିଜୟ ଲାଭ କରିଛି । ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ରହିଥିଲା । ତେବେ ଲକ୍ଷ୍ୟକୁ ପୂରଣ କରି ଟିମ୍ ଇଣ୍ଡିଆ ବିଜୟ ଲାଭ କରିଛି । ସେମିଫାଇନାଲରେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିରାଟ କୋହଲି ୮୪ ରନ୍ ସଂଗ୍ରହ କରିଛନ୍ତି । ୪୭ ତମ ଓଭରରେ ଭାରତ ୨୫୦ ରନ୍ ପାର୍ କରିଥିଲା । ପାଣ୍ଡ୍ୟା ଆଡମ ଜମ୍ପାଙ୍କ ବଲରେ ଲଗାତର ୨ ଛକା ମାରି ଟିମକୁ ୨୫୦ ପାର୍ କରିଥିଲେ । ୪୮ ତମ ଓଭରରେ ପାଣ୍ଡ୍ୟା ୨୮ ରନରେ ଆଉଟ୍ ହୋଇଥିଲେ । କେଏଲ୍ ରାହୁଲ ଗ୍ଲେନ ମ୍ୟାକ୍ସଓ୍ବାଲଙ୍କ ବଲରେ ଛକା ମାରି ଭାରତୀୟ ଦଳକୁ ଜିତାଇଥିଲେ ।

- Advertisement -

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୬୫ ରନର ଲକ୍ଷ୍ୟ ଦେଇଥିଲା । ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୭୩ ଓ ଏଲେକ୍ସ କ୍ୟାରୀ ୬୧ ରନ୍ କରିଥିଲେ । ଭାରତୀୟ ବୋଲର୍ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଥିଲେ । ମୋହମ୍ମଦ ଶାମି ୩, ରବିନ୍ଦ୍ର ଜଡେଜା ଓ ବରୁଣ ଚକ୍ରବର୍ତ୍ତୀ ୨-୨ ଓ୍ବିକେଟ୍ ନେଇଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories