www.samajalive.in
Monday, December 15, 2025
14.1 C
Bhubaneswar

କ୍ରିକେଟ ଓ ସିନେପ୍ରେମୀଙ୍କ ପାଇଁ ବଡ଼ ଖବର: ସାଉଥ୍‌ ଫିଲ୍ମରେ ନଜର ଆସିବେ ଅଷ୍ଟ୍ରେଲିଆର ଏହି କ୍ରିକେଟର

ନୂଆଦିଲ୍ଲୀ: ଚମ୍ପିଆନ୍ସ ଟ୍ରଫି ୨୦୨୫ରେ ମଙ୍ଗଳବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍‌ ଚାଲିଛି। ଏହି ମ୍ୟାଚ୍‌ ଆପଣ ଓଟିଟି ପ୍ଲାଟଫର୍ମ ଜିଓଷ୍ଟାରରେ ଦେଖିପାରିବେ। ଇତି ମଧ୍ୟରେ କ୍ରିକେଟ ଓ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଦକ୍ଷିଣ ଭାରତୀୟ ପ୍ରଯୋଜକ ତଥା ‘ପୁଷ୍ପା’ ନିର୍ମାତାଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିପାରନ୍ତି ଜଣେ କ୍ରିକେଟର। ସେହି କ୍ରିକେଟର ହେଉଛନ୍ତି ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର। ନିଜ ବ୍ୟାଟିଂ ଜରିଆରେ ପ୍ରଶଂସକଙ୍କ ମନ କିଣୁଥିବା ଓ୍ବାର୍ନର ଏବେ ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଡେଭିଡ୍‌ ଓ୍ବାର୍ନର ଖୁବଶୀଘ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନଜର ଆସିବେ।

‘ଏକ୍ସ’ରେ Gulte ନାମକ ଆକାଉଣ୍ଟରୁ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏହି ପୋଷ୍ଟ୍‌ର କ୍ୟାପ୍ସନରେ ଦାବି କରାଯାଇଛି ଯେ, ‘ରବିନ ହୁଡ୍‌’ ଫିଲ୍ମ ଜରିଆରେ ଡେଭିଡ୍‌ ଓ୍ବାର୍ନର ଭାରତୀୟ ସିନେ ଜଗତ​‌ରେ ପାଦ ଥାପିବାକୁ ଯାଉଛନ୍ତି। ‘ପୁଷ୍ପା’ଚଳଚ୍ଚିତ୍ର ନିର୍ମାତା ରବି ଶଙ୍କର ନିଜେ ଏହା କହୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ନିତିନ ମଧ୍ୟ ବସିଥିବା ଦେଖାଯାଉଛି। ଭିଡିଓ ଦେଖି ଜଣାପଡ଼ୁଛି ଯେ, ବୋଧହୁଏ ନିର୍ମାତାମାନେ ପ୍ରଥମେ ଏହି ଖବରକୁ ସରପ୍ରାଇଜ୍ ରଖିବାକୁ ଚାହୁଁଥିଲେ। କିନ୍ତୁ ଶେଷରେ ଖୁଲାସା କରିଦେଲେ। ଫିଲ୍ମରେ ଡେଭିଡ ୱାର୍ନର ଖୁବ୍‌ କମ୍‌ ସମୟ ପାଇଁ ନଜର ଆସିପାରନ୍ତି। ଏମିତିରେ ୱାର୍ନର ‘ପୁଷ୍ପା’ର ଜଣେ ବଡ଼ ପ୍ରଶଂସକ।

- Advertisement -

ସୂଚନାଯୋଗ୍ୟ, ‘ରବିନ ହୁଡ୍‌’ରେ ନିତିନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ଶ୍ରୀଲୀଲା ନାୟିକା ଭାବେ ନଜର ଆସିବେ। ଚଳିତ ବର୍ଷ ମାର୍ଚ୍ଚ ୨୮ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories