www.samajalive.in
Saturday, December 6, 2025
26.1 C
Bhubaneswar

ବିବାଦରେ ପିସିସି ସଭାପତି: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ବେଢାରେ ଫଟୋ ଉଠାଇ ଛାଡିଲେ

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିରକୁ ପିଛା ଛାଡୁନି ବିଭ୍ରାଟ। ସୋମବାର ପିସିସି ସଭାପତି ଭକ୍ତଚରଣ ଦାସ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ଫେରିବା ସମୟରେ ମନ୍ଦିର ବେଢ଼ାରେ ତାଙ୍କର ସମର୍ଥକଙ୍କ ଗହଣରେ ଫଟୋ ଉଠାଇ ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ନିୟମକାନୁନକୁ କେହି ଭ୍ରୂକ୍ଷେପ କରୁନାହାନ୍ତି। ମନ୍ଦିର ଓ ପୁଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ପଶୁଛି। ମନ୍ଦିରରେ ଫଟୋ ଉଠାଇବା ସମୟରେ ପୁଲିସ କିମ୍ବା ମନ୍ଦିର କର୍ମଚାରୀ କେହି ବାରଣ କରୁ ନାହାନ୍ତି। ଅତୀତରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା। ଏବେ ପିସିସି ସଭାପତିଙ୍କ ଫଟୋ ଉଠାଇବା ଘଟଣାରେ ମନ୍ଦିର ଓ ପୁଲିସ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଆଗକୁ ଜଣାପଡ଼ିବ। ଆଗକୁ ଶ୍ରୀଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ ଆସିବ। ମନ୍ଦିରର ନୀତିକାନ୍ତି, ସେବାୟତ ବିଶୃଙ୍ଖଳା, ଯାନିଯାତ୍ରା ବିଭ୍ରାଟ, ଦିଅଁ ଉପବାସ ଭଳି ବିଭ୍ରାଟ ଘଟଣା ଆଉ ଦେଖିବାକୁ ମିଳିବନି। ସରକାର ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଉପରେ ସ୍ବତନ୍ତ୍ର ନଜର ଦେବେ। ରାଜ୍ୟ ସରକାରଙ୍କ ପକ୍ଷରୁ ସେବାୟତଙ୍କୁ ଏଭଳି ପ୍ରତିଶ୍ରୁତି ମିଳୁଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠା ବନ୍ଦ କରାଯାଇପାରୁନି। ଗୋଟିକ ପରେ ଗୋଟିଏ ବିଭ୍ରାଟ ଘଟିଚାଲିଛି। ଫେବୃଆରୀ ୨୬ ମହା ଶିବରାତ୍ରିରେ ମହାଦୀପ ଉଠାଇବା ସମୟରେ ସମର୍ଥା ସେବାୟତ ମହାଦୀପ ସହ ଖସି ପଡ଼ିବା ଘଟଣା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଥିଲା। ଅାଗରୁ କେବେ ଏଭଳି ଅଘଟଣ ଘଟି ନଥିଲା। ଏହାକୁ ନେଇ ଆରୋପ-ପ୍ରତ୍ୟାରୋପ ଓ ରାଜନୈତିକ ବୟାନବାଜି ଚାଲିଲା। ମାତ୍ର ମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗ ଉପରେ ସମୀକ୍ଷା କଲା ନାହିଁ। ସେହିପରି ଚଳିତବର୍ଷ ପୁଲିସ ପ୍ରଶାସନ ମହା ଶିବରାତ୍ରି ପାଇଁ ଭିଆଇପିଙ୍କ ସ୍ବତନ୍ତ୍ର ପ୍ରବେଶ ପାସ୍‌ କରିଥିଲା। ସେଥିରେ ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଛାପିଥିଲା। ସେଇ ଫଟୋ ଦେଖାଇ ଭିଆଇପିମାନେ ଦିଅଁ ଦର୍ଶନ କରିଥିଲେ। ଦର୍ଶନ ସାରିବା ପରେ ପାସ୍‌କୁ ଫୋପାଡ଼ି ଦେଇଥିଲେ। ପାସ୍‌କୁ ପାଦରେ ମାଡ଼ି ଅନେକ ଲୋକ ଯାତାୟାତ କରିଥିଲେ। ଏଭଳି ଘଟଣା ମନ୍ଦିର ପ୍ରଶାସନର ନଜରକୁ ଅଣାଯାଇଥିଲା। ହେଲେ ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ସେହିପରି ଫେବୃଆରୀ ୨୨ ତାରିଖ ସକାଳେ ମନ୍ଦିର ଓ ଜିଲାପ୍ରଶାସନ ମହା ଶିବରାତ୍ରି ପ୍ରସ୍ତୁତିକୁ ନେଇ ବ୍ୟସ୍ତଥିବା ବେଳେ ସିଂହଦ୍ବାର ସାମ୍ନାରେ ପୁଲିସର ସୁରକ୍ଷା ଭେଦ କରି ସକାଳ ପ୍ରାୟ ୯ଟା ୨୦ମିନିଟ୍‌ରେ ତିନିଜଣ ବିଦେଶୀ ପର୍ଯ୍ୟଟକ ମନ୍ଦିର ଭିତରେ ପଶିଗଲେ। ବେଢ଼ାରେ ଥିବା ଫାଣ୍ଡି ପୁଲିସ ନଜରରେ ପଡ଼ିବା ପରେ ବିଦେଶୀଙ୍କୁ ସେଠାରେ ଅଟକାଇ ଜେରା କରିଥିଲା। ବିଦେଶୀମାନେ ମନ୍ଦିରର କଟକଣା ଜାଣିନଥିବା କହିବା ସହ ଭୁଲ୍‌ ମାଗି ମନ୍ଦିର ବାହାରକୁ ଚାଲିଆସିଥିଲେ। ବିଦେଶୀ ପର୍ଯ୍ୟଟକ ମନ୍ଦିରରେ ପଶିବା ଯୋଗୁଁ ଦିଅଁଙ୍କ ନୀତି ମାରା ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ଧୋକାଳ  ଓ ମହାସ୍ନାନ କରାଯାଇଥିଲା। ଏତେସବୁ ଅଘଟଣ ପରେ ବି ମନ୍ଦିର ଓ ପୁଲିସ ପ୍ରଶାସନର ନିଦ ଭାଙ୍ଗୁନି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories