www.samajalive.in
Saturday, December 6, 2025
26.1 C
Bhubaneswar

ବିଜୁଳି ଦର ବଢ଼ିଲେ, ୨୧ରେ ବିଧାନସଭା ଘେରାଉ

ଭୁବନେଶ୍ୱର : ଓଇଆରସିରେ ଶୁଣାଣି ସରିଛି। ବିଜୁଳି ବିପଣନକାରୀ କମ୍ପାନୀ ଓ ଗ୍ରୀଡ୍‌କୋ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଲାଗି ଯୁକ୍ତି ଉପସ୍ଥାପନ କରି ପ୍ରସ୍ତାବ ଦେଇଛନ୍ତି। ଯଦି ସରକାର କମ୍ପାନୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ବିଜୁଳି ଶୁଳ୍କ ବଢ଼ାନ୍ତି, ତା ହେଲେ ଦୁର୍ବାର ଆନ୍ଦୋଳନ କରାଯିବ। ଏହା ବ୍ୟତୀତ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ କରି ସ୍ମାର୍ଟ ମିଟର ବାତିଲ, ଓଡ଼ିଆ ଭାଷାରେ ବିଜୁଳି ବିଲ୍, ପ୍ରତ୍ୟେକ ଘରକୁ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ବଣ୍ଟନ, କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ମାଗଣାରେ ବିଜୁଳି ଯୋଗାଇବାକୁ ସରକାରଙ୍କ ପାଖରେ ଦାବି କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ। ରବିବାର ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଆହ୍ବାନରେ ସର୍ବଦଳୀୟ ବୈଠକ ସିପିଆଇ (ଏମ୍)ର ୯ ନମ୍ବରସ୍ଥିତ ସାମ୍ୟବାଦୀ ଭବନ କାର୍ଯ୍ୟାଳୟରେ ହୋଇଛି। ମହାସଂଘ ରାଜ୍ୟ ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାସଂଘ ଆବାହକ ରବି ବେହେରା ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧିର ସମ୍ଭାବନାକୁ ବିରୋଧ କରିଥିଲେ। ଅଧ୍ୟକ୍ଷ ଶ୍ରୀ କାନୁନଗୋ କହିଥିଲେ, ଯଦି ରାଜ୍ୟ ସରକାର ଜନସାଧାରଣଙ୍କର ସ୍ବାର୍ଥ ଦୃଷ୍ଟିରୁ ଏହିସବୁ ଦାବିକୁ ମାନି ନ ନିଅନ୍ତି ତା’ହେଲେ ଆଗାମୀ ମାର୍ଚ୍ଚ ୨୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରାଯିବ। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏକ ସ୍ମାରକପତ୍ର ଦିଆଯିବ। ଏଠାରେ ଉଲ୍ଲେଖଥାଉକି,ରାଜ୍ୟ ସରକାର ଓଇଆରସିକୁ ଢାଲ କରି ଟାଟା ପାୱାର ଚାପ ଆଗରେ ମୁଣ୍ଡ ନୁଆଁଇ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ଯେଉଁ ମସୁଧା କରୁଛନ୍ତି ତାହାକୁ ଉପଭୋକ୍ତା ମହାସଂଘ ବିରୋଧ କରିବା ସହିତ ସ୍ମାର୍ଟ ମିଟରକୁ ତୁରନ୍ତ ବାତିଲ୍ କରିବା ପାଇଁ ଦାବି କରିଛି।
ଏହି ବୈଠକରେ ବିଜେଡି ପକ୍ଷରୁ ଡ. ଲେଲିନ୍ ମହାନ୍ତି, ସିପିଆଇ ପକ୍ଷରୁ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଜୟନ୍ତ ଦାସ, ସିପିଆଇ (ଏମ୍)ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ପୁଷ୍ପା ଦାସ, ପ୍ରଭାତ ପାଣିଗ୍ରାହୀ, ସିପିଆଇ (ଏମ୍-ଏଲ) ଲିବରେସନ୍‌ର ମହେନ୍ଦ୍ର ପରିଡ଼ା, ସିପିଆଇ (ଏମ୍.-ଏଲ୍) ରେଡ୍‌ଷ୍ଟାର ପକ୍ଷରୁ ନାରୀନେତ୍ରୀ ପ୍ରମିଳା ବେହେରା ଓ ହେନା ବାରିକ, ଆର୍‌ଜେଡିର ସମ୍ପାଦକ ହେମନ୍ତ କୁମାର, ଉପଭୋକ୍ତା ମହାସଂଘର ମାନସ ଜେନା ଓ ପ୍ରସନ୍ନ ବିଶୋଇ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଓ ବରିଷ୍ଠ ସମାଜସେବୀ ପ୍ରଫୁଲ୍ଲ ଦାସ ଏବଂ ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ସଂଘର ଏନ୍. ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories