www.samajalive.in
Friday, December 5, 2025
17.1 C
Bhubaneswar

୩୭ ଡିଗ୍ରୀ ଉପରେ ୧୦ ସହର; ବୌଦ୍ଧରେ ସର୍ବାଧିକ ୩୮.୨ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି। ରବିବାର ବୌଦ୍ଧ ଓ ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଛି। ବୌଦ୍ଧରେ ୩୮.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି, ଯାହାକି ଏହାକୁ ରାଜ୍ୟର ସବୁଠୁ ଉତ୍ତପ୍ତ ସହର କରିଛି। ବଲାଙ୍ଗିରରେ ୩୮.୧ ଡିଗ୍ରୀ ରହିଛି। ରାଜଧାନୀ ତାପମାତ୍ରା ୩୬.୧ଡିଗ୍ରୀ ରହିଛି। ରବିବାର ଅପରାହ୍ଣ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଅତିକ୍ରମ କରିଛି। ଶନିବାର ଏହି ସମୟରେ ରାଜଧାନୀ ତାପମାତ୍ରା ୩୪ଡିଗ୍ରୀ ଥିଲା। ସେହିପରି ଚାନ୍ଦବାଲିରେ ଦିନ ତାପମାତ୍ରା ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ୩୫.୪ଡିଗ୍ରୀ ରେକର୍ଡ ହୋଇଛି। ଶନିବାର ଏହି ସମୟରେ ଦିନ ତାପମାତ୍ରା ୩୪.୮ଡିଗ୍ରୀ ରେକର୍ଡ ହୋଇଥିଲା। ୧୦ସହରରେ ସର୍ବାଧିକ ତାପମାତ୍ରା ୩୭ଡିଗ୍ରୀ ରେକର୍ଡ ହୋଇଛି। ଅନୁଗୋଳ ୩୭.୯, ଟିଟିଲାଗଡ଼ ୩୭.୬, ଭଦ୍ରକ ଓ ଝାରସୁଗୁଡ଼ା ୩୭.୫, ଯାଜପୁର ୩୭.୨, ବାରିପଦା, ସୁବର୍ଣ୍ଣପୁର ଏବଂ ଭବାନୀପାଟଣାରେ ୩୭ଡିଗ୍ରୀ ଲେଖାଏଁ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories