www.samajalive.in
Saturday, December 6, 2025
14.1 C
Bhubaneswar

ଅନାସ୍ଥା ହାରିଲେ ବ୍ରଜରାଜନଗର ନଗରପାଳ

ବ୍ରଜରାଜନଗର : ଓଡ଼ିଶା ହାଇକୋର୍ଟ ବ୍ରଜରାଜନଗର ନଗରପାଳ ଯାଜ୍ଞସେନୀ ଓରାମଙ୍କ ପିଟିସନକୁ ଗତକାଲି ଖାରଜ କରିବା ପରେ ଗତକାଲି ସନ୍ଧ୍ୟାରେ ଜିଲାପାଳଙ୍କ ଆଦେଶ କ୍ରମେ ଭୋଟ ଗଣତି କରାଯାଇଥିଲା। ଏଥିରେ ୨୨ ଜଣ ଅନାସ୍ଥା ସପକ୍ଷରେ ମତଦାନ କରିଥିବା ବେଳେ ଜଣେ ଅନାସ୍ଥା ବିପକ୍ଷରେ ଭୋଟ ଦେଇଥିଲେ। ପିଏ ଆଇଟିଡିଏ ତଥା ନିର୍ବାଚନ ଅଧିକାରୀ ସଞ୍ଜୀବ ପଟେଲ, ଅତିରିକ୍ତ ତହସିଲଦାର ସଞ୍ଜୀବ ଷଡ଼ଙ୍ଗୀ, ବ୍ରଜରାଜନଗର ପୋୖର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ଉପସ୍ଥିତିରେ ଭୋଟ ବାକ୍ସ ଖୋଲାଯାଇଥିଲା। ଆଜିର ଭୋଟ ଗଣତି ବାବଦରେ ଜିଲାପାଳଙ୍କୁ ସମସ୍ତ ବିବରଣୀ ପ୍ରଦାନ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ଅନ୍ୟପଟେ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଉପ ନଗରପାଳ କୃଷ୍ଣ ଗୋପାଳ ସୀତାନୀଙ୍କୁ ପଚାରିବାରୁ, ବ୍ରଜରାଜନଗର ପୋୖରାଞ୍ଚଳରେ ଥିବା ଉପେକ୍ଷିତ ଅଞ୍ଚଳର ବିକାଶ ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପ ନଗରପାଳ ଶ୍ରୀ ସୀତାନୀ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୧୫ ତାରିଖ ବ୍ରଜରାଜନଗର ନଗରପାଳ ଯାଜ୍ଞସେନୀ ଓରାମଙ୍କ ବିରୋଧରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ୨୩ ଜଣ କାଉନସିଲର ମତଦାନ କରିଥିବାବେଳେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ୫ ଫେବୃଆରୀ ପର୍ଯ୍ୟନ୍ତ ଏହାର ଫଳାଫଳ ସ୍ଥଗିତ ରଖିଥିଲେ। ସେପଟେ ଅନସ୍ଥା ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ ବାଲାଟ ବକ୍ସ ଝାରସୁଗୁଡ଼ା ଟ୍ରେଜେରି କାର୍ଯ୍ୟାଳୟରେ ରଖାଯାଇଥିଲା। ହାଇକୋର୍ଟ ଫେବୃଆରୀ ୫ ତାରିଖରେ ବ୍ରଜରାଜନଗର ନଗରପାଳ ଯାଜ୍ଞସେନୀ ଓରାମଙ୍କ ନିବେଦନ ଉପରେ ବିଚାର କରି ଗତ ଫେବୃଆରୀ ୧୦ ତାରିଖ ଦିନ ଶୁଣାଣି ଲାଗି ନିର୍ଦେଶ ଦେଇଥିଲେ। ହେଲେ ଗତ ଫେବୃଆରୀ ୧୦ ତାରିଖରେ ଶୁଣାଣି ନହୋଇ ୧୧ ତାରିଖରେ ଶୁଣାଣି ଶେଷ ହୋଇଥିଲା ଓ ରାୟ ସଂରକ୍ଷିତ ଥିଲା। ହାଇକୋର୍ଟ ଫେବୃଆରୀ ୨୮ ତାରିଖ ରାୟ ଶୁଣାଇବା ନେଇ ତାରିଖ ଧାର୍ଯ୍ୟ ପରେ ଗତକାଲି ନଗରପାଳ ଯଜ୍ଞସେନୀ ଓରାମଙ୍କ ପିଟିସନକୁ ଖାରଜ କରି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories