ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି

ପାତ୍ରପୁର: ଜରଡା ଥାନା ତୁରୁବୁଡ଼ି ଗ୍ରାମରେ ଥିବା ଚନ୍ଦ୍ରଶେଖର ମହାଦେବ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଆଜି ମନ୍ଦିର ପୂଜକ ପୂଜା କରିବା ପାଇଁ ସକାଳେ ଯାଇଥିବା ବେଳେ ମନ୍ଦିରରେ ଥିବା ହୁଣ୍ଡି ଭଙ୍ଗା ଯାଇଥିବା ଦେଖି ଗ୍ରାମରେ ଖବର ଦେଇଥିଲେ। ଗ୍ରାମବାସୀ ଯାଇ ଦେଖିବା ପରେ ମନ୍ଦିର ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ହୁଣ୍ଡିରୁ ଅର୍ଥ ଚୋରି ସମ୍ପର୍କରେ ଜରଡ଼ା ଥାନାରେ ଅଭିଯୋଗ ଦେଇ ଥିବା ମୋହନ ରାଓ କହିଛନ୍ତି। ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ମନ୍ଦିର ହୁଣ୍ଡି ଚୋରି ବୃଦ୍ଧି ପାଇଛି। ତେବେ ପୂର୍ବରୁ କୁରେଶୁଣିଙ୍କ ହୁଣ୍ଡି ଚୋରି ପରେ ଜଣେ ବ୍ୟକ୍ତିଙ୍କୁ ଗ୍ରାମବାସୀ ଧରି ପୁଲିସର ଜିମା ଦେଇଥିଲେ।
ଏହି ତାରିଖରେ ଜନ୍ମ ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନୀ କରିଥାନ୍ତି ଶନିଦେବ: ମିଳେ ବିଶେଷ କୃପା, ବଦଳିଯାଏ ଭାଗ୍ୟ..
୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍..
Comments are closed.