www.samajalive.in
Monday, December 15, 2025
14.1 C
Bhubaneswar

ଏଚଆଇଭି ସଚେତନତା ଓ ରକ୍ତ ପରୀକ୍ଷା ଶିବିର

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନା ଓ ଏସସିବି ମେଡିକାଲ କଲେଜ ସମ୍ପୂର୍ଣ୍ଣ ସୁରକ୍ଷା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ଏଚଆଇଭି ସଚେତନତା ଓ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଆଠଗଡ ସହରର ୭ନଂ ୱାର୍ଡ ଅନ୍ତର୍ଗତ କାଲୁବସ୍ତିରେ  ବରିଷ୍ଠ ବହୁମୁଖୀ ସ୍ଵାସ୍ଥ୍ଯ ପରିଦର୍ଶକ ମହମ୍ମଦ୍ ଅସଲମଙ୍କ ସଂଯୋଜନାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଏସସିବି ସମ୍ପୂର୍ଣ୍ଣ ସୁରକ୍ଷା କେନ୍ଦ୍ରର ସଂଯୋଜିକା ଲିଜା ଖୁଣ୍ଟିଆ ସାମାଜିକ କର୍ମୀ ଭାଗ୍ୟଶ୍ରୀ ସାହୁ, ଆଠଗଡ ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ରଙ୍କ ସମେତ ସ୍ଵାସ୍ଥ୍ଯ ପରିଦର୍ଶକ ଶ୍ରୀ ଅସଲମ୍ ପ୍ରମୁଖ ଉଦବୋଧନ ଦେଇ ଏଚଆଇଭି ବା ଏଡସ୍ ରୋଗର ଭୟାବହତା ସମ୍ପର୍କରେ ଆଲୋକପାତ କରିବା ସହ ଏହି ରୋଗର କାରଣ ଓ ଲକ୍ଷଣ ବିଷୟରେ ବୁଝାଇଥିଲେ। ଏଡସ୍ ବା ଏଚଆଇଭିର ଚିକିତ୍ସା ପାଇଁ ଅଦ୍ୟାବଧି କୌଣସି ନିର୍ଦ୍ଦିଷ୍ଟ ଔଷଧ ଓ ପ୍ରତିଷେଧକ ଉପଲବ୍ଧ ହୋଇନଥିବାରୁ କେବଳ ସଚେତନତା ହିଁ ଏହି ରୋଗର ସୁରକ୍ଷା କବଚ ବୋଲି ସେମାନେ ପ୍ରକାଶ କରିଥିଲେ । ଏହି ଅବସରରେ ଉପସ୍ଥିତ ଲାବୋରଟୋରୀ ଟେକ୍ନିସିଆନ ଶ୍ରୀକାନ୍ତ ତରାୱିହ୍ ଦ୍ବାରା ସ୍ଥାନୀୟ ଅଞ୍ଚଳର ୬୫ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିଲା । ଉକ୍ତ ଶିବିର ପରିଚାଳନାରେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଓ ଲିଟନ ଭକ୍ତା ସହଯୋଗ କରିଥିଲେ । ଏଥିରେ ସ୍ଥାନୀୟ ବସ୍ତି ଅଞ୍ଚଳର ଜନସାଧାରଣ, ଅଙ୍ଗନବାଡି ଓ ଆଶା କର୍ମୀଙ୍କ ସମେତ ଏନଏସିର ସମସ୍ତ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ପରିଦର୍ଶକ ଯୋଗଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories