www.samajalive.in
Sunday, December 7, 2025
16.1 C
Bhubaneswar

କଟକରୁ ଦହିବରାର ଇତିହାସ…

କଟକ: ଦହିବରା ଆଳୁଦମ୍। ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ। କଟକ ବିଡାନାସୀରୁ ଦୁବାଇ ପର୍ଯ୍ୟନ୍ତ ସବୁଠି ସ୍ଵାଦ ଏବଂ ବାସ୍ନା ମହକାଇଲାଣି କଟକ ଦହିବରା -ଆଳୁଦମ। କଟକର ଅନ୍ୟତମ ପରିଚୟ ହେଉଛି ଦହିବରା। ୫ଟି ଦହିବରା ସାଙ୍ଗକୁ ଆଳୁଦମ୍ ଘୁଗୁନି ପୁଣି ତା ଉପରେ ସେଉ, କଟା ପିଆଜ ଓ ଧନିଆ ପତ୍ର। ପିଲାଠୁ ବୁଢା ସମସ୍ତଙ୍କୁ ଦିଓ୍ବାନା କରେ। କଟକ ସହରରେ ଦିନକୁ ବାର୍ଷିକ ୨୦ କୋଟି ଟଙ୍କାର କାରବାର ହୁଏ। କେବଳ କଟକ ନୁହେଁ , କଟକ ଦହିବରା ବର୍ତ୍ତମାନ ବିଦେଶରେ ବି ଆଦୃତ। କଟକ ବିଡାନାସୀରେ ଥିବା ରଘୁ ଦହିବରା ର ବେଶ୍ ନାଁ ରହିଛି। ଏହା କେବଳ ଏକ ଖାଦ୍ୟ ବେପାର ନୁହେଁ , ଏହାକୁ କ୍ଷୁଦ୍ର ଶିଳ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯିଏ ଖାଇଚି , ସେ ଠିକ୍ ଜାଣିଛି ତାର ସ୍ଵାଦ। କଟକ ସହରରେ ଦହିବରା ଆଳୁଦମ୍ ପ୍ରସ୍ତୁତିର ଉତ୍ପି କେବେ, ତାର କିଛି ଲିଖିତ ଇତିହାସ ନାହିଁ। କିନ୍ତୁ କଟକ ବିଡାନାସୀରୁ ଏହାର ସୃଷ୍ଟି ବୋଲି ଅନେକ ମତ ଦିଅନ୍ତି। ଯଦିଓ ବର୍ତ୍ତମାନ ସାରା ଓଡିଶାରେ ଦହିବରା ଆଳୁଦମ୍ ବିକ୍ରି ହେଉଛି , କିନ୍ତୁ କଟକ ଦହିବରା ର ସ୍ଵାଦ କିଛି ନିଆରା। ବିଡାନାସୀ ଛକରେ ପ୍ରାୟ ୧୦ ଜଣ , ବାରବାଟୀ ଷ୍ଟାଡିୟମରେ ୧୩ ଜଣ, କନିକା ଛକ , ବିଜୁ ପଟ୍ଟନାୟକ ଛକ , ମଙ୍ଗଳାବାଗ୍ , ରାଣୀହାଟ , କଲେଜଛକ , ବାଦାମବାଡି ଏମିତି ଅନେକ ସ୍ଥାନରେ ଦହିବରା ମିଳେ। କଟକ ଦହିବରା ଆଳୁଦମ୍ ର ଯେଭଳି ଲୋକପ୍ରିୟତା ବଢିଛି , ସେହି ତୁଳନାରେ ଏହି ଖାଦ୍ୟକୁ ସ୍ଵତନ୍ତ୍ର ମାନ୍ୟତା ଦେବାର ପ୍ରକ୍ରିୟା ବିଳମ୍ବ ହୋଇଛି ବୋଲି କୁହାଯାଇପାରେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories