www.samajalive.in
Thursday, December 11, 2025
18.1 C
Bhubaneswar

ଜିରାଙ୍ଗର ପଦ୍ମ ସମ୍ଭବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ମୋହନା : ଆସନ୍ତା ୭ରେ ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଜିରାଙ୍ଗ ବୌଦ୍ଧ ମନ୍ଦିର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟସ୍ଥ ପଦ୍ମସମ୍ଭବ ସାଗରରେ ନିର୍ମାଣ ହୋଇଥିବା ମହାରାଜା ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ ବୌଦ୍ଧ ମନ୍ଦିର ପରିଦର୍ଶନ କରିବା ସହ ତିବତୀୟ ମାନଙ୍କ ଦ୍ୱାରା ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ସମ୍ବୋଧିତ କରିବେ। ଏ ସମ୍ପର୍କରେ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ଜିଗ୍ମେ ରିନପୋଛେ। ସ୍ଥାନୀୟ ତିବତୀୟ ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିବତୀୟ କଳା ସଂସ୍କୃତି ଓ ପାରମ୍ପରିକା ନୃତ୍ୟ ପ୍ରଦର୍ଶନ କରାଯିବ। ୨୦୧୦ରେ ବୌଦ୍ଧ ଧର୍ମ ସଂକ୍ରାନ୍ତରେ ଅଧ୍ୟୟନ ଓ ଅଭ୍ୟାସ ପାଇଁ ଜିରାଙ୍ଗଠାରେ ପୁଜ୍ୟ ଧର୍ମଗୁରୁ ଦଲାଇଲାମାଙ୍କ ଦ୍ୱାରା ପଦ୍ମ ସମ୍ଭବ ମହାବିହାର ଉଦଘାଟିତ ହୋଇଥିଲା। ବୌଦ୍ଧ ଧର୍ମର ଦ୍ୱିତୀୟ ବୁଦ୍ଧଭାବେ ପରିଚିତ ମହାନ ଗୁରୁ ପଦ୍ମ ସମ୍ଭବ ଅଷ୍ଟମ ସପ୍ତାବ୍ଦିରେ ତୀବତରେ ବୌଦ୍ଧ ଧର୍ମର ଅନ୍ୟତମ ଶାଖା ବଜ୍ରଜାନ ପ୍ରତିଷ୍ଠା କରିଥିଲେ। ସେହି ମହାନ ଗୁରୁ ପଦ୍ମ ସମ୍ଭବଙ୍କ ଜନ୍ମ ଓଡିଶାରେ ହୋଇଥିବା କହିଛନ୍ତି। ଏଣୁ ତାଙ୍କୁ ସ୍ମରଣ କରିବା ପାଇଁ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ୧୯୫୯ ରେ ଚୀନର ତିବତ ଆକ୍ରମଣ ପରେ ତିବତୀୟମାନେ ଚନ୍ଦ୍ରଗିରି ଅଞ୍ଚଳରେ ଶରଣାର୍ଥୀଭାବେ ରହିଆସୁଛନ୍ତି। ତିବତୀୟ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଯୋଗୁଁ ଦୀର୍ଘ ୬୦ ବର୍ଷ ଧରି ଏଠାରେ ଶାନ୍ତିରେ ରହିଥିବା ତିବତୀୟ ଗୁରୁଜୀ କହିଛନ୍ତି। ଏଣୁ ମୁଖ୍ୟମନ୍ତ୍ରୀ ତିବତୀୟ ଓ ସ୍ଥାନୀୟ ଲୋକଙ୍କ ସହ ଏହି ଅବସରରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ମନ୍ଦିର ପରିସରରେ ପ୍ରସ୍ତୁତି ଜରୁରୀ କାଳୀନଭାବେ ଚାଲିଥିବା ବେଳେ ସୁନ୍ଦରତୋରଣ ମଧ୍ୟ ଲଗାଯାଉଛି। ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ଆସି ମନ୍ଦିର ପରିସରରେ ନିର୍ମାଣ ହୋଇଥିଲା ହେଲିପେଡରେ ପ୍ରାୟ ଦିନ ୧୧ଟାରେ ଅବତରଣ କରିବେ। ଏହାପରେ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ପ୍ରାୟ ୪୦ ମିନିଟର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବୌଦ୍ଧ ଧର୍ମାଆବଲମ୍ବୀ ଯୋଗ ଦେବା ସହ ତିବତୀୟ ପ୍ରତିନିଧି ଓ ଧର୍ମଗୁୁରୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ଦିରର ସାନ ଗୁରୁଜୀ ଖେନ୍‍ପୋ ପେମା ଆମଫେଲ ଓ ଟୁକୁ କୁଂଚଫ ଉପସ୍ଥିତ ଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories