www.samajalive.in
Monday, December 8, 2025
24.1 C
Bhubaneswar

ଜିଓ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଡାଟା-କଲିଙ୍ଗ୍‌ ସହ ଏସବୁ ସୁବିଧା..

ନୂଆଦିଲ୍ଲୀ : ଜିଓର ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ଯାହାର ଦାମ୍‌ ଓ ସୁବିଧା ଭିନ୍ନ ଭିନ୍ନ । କମ୍ପାନୀ ଉଭୟ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ସେବା ଅଫର୍‌ କରିଥାଏ । ଏଥିରେ ଅନେକ ପ୍ଲାନ୍‌ ମଧ୍ୟ ସାମିଲ ରହିଛି । ଯଦି ଆପଣ ଏକ ଶସ୍ତା ପୋଷ୍ଟପେଡ୍‌ ପ୍ଲାନ୍‌ ଚାହୁଁଛନ୍ତି, ତେବେ ଖୁବ୍‌ କମ୍‌ ଦାମ୍‌ରେ ଏହି ପ୍ଲାନ୍‌ ପାଇପାରିବେ ।
ଏହି ପ୍ଲାନ୍‌ ୩୪୯ ଟଙ୍କା । ଏଥିରେ ଆପଣଙ୍କୁ ଡାଟା, କଲିଙ୍ଗ୍‌,ଏସଏମ୍‌ଏସ୍‌ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳି ପାରିବ । ଏହି ପ୍ଲାନ୍‌ର ବିଲ୍‌ ମାସର ୧୦ ତାରିଖକୁ ଦେବାକୁ ପଡିବ । ପ୍ଲାନ୍‌ର ସମୟସୀମା ୩୦ ଦିନ କିମ୍ବା ୩୧ଦିନର ହେଲେ ମଧ୍ୟ ୧୦ ତାରିଖରେ ଦେବାକୁ ପଡିବ ।
୩୪୯ ଟଙ୍କାରେ ପ୍ଲାନ୍‌ରେ ପ୍ରାୟ ଆପଣଙ୍କୁ ୩୦ ଜିବି ଡାଟା ମିଳିଥାଏ । ଡାଟା ଶେଷ ହେବା ପରେ ୧୦ ଟଙ୍କା ପ୍ରତି ଜିବି ଅନୁଯାୟୀ, ଅତିରିକ୍ତ ଟଙ୍କା ଦେବାକୁ ପଡିବ ।
ଏଥିରେ ଅସୀମିତ କଲିଙ୍ଗ୍‌ ସହ ଏସଏମଏସର ସୁବିଧା ରହିଛି ।
ଏହି ପ୍ଲାନ୍‌ ଅସୀମିତ ୫ଜି ଡାଟା ସୁବିଧା ସହ ଆସୁଛି । ଅର୍ଥାତ୍‌ ଯଦି ଆପଣ ୫ଜି ନେଟ୍‌ୱର୍କରେ ୫ଜି ଫୋନ୍‌ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଅସୀମିତ ୫ଜି ଡାଟା ମିଳିବ ।
ଏହା ବ୍ୟତୀତ ଜିଓର ଏହି ପ୍ଲାନ୍‌ରେ ଜିଓ ଟିଭି ଓ ଜିଓ କ୍ଲାଉଡ୍‌ର ସୁବିଧା ମଧ୍ୟ ମିଳିବ । ଏହି ପ୍ଲାନ୍‌ରେ ଆପଣଙ୍କୁ ଜିଏସଟି ମଧ୍ୟ ଦେବାକୁ ପଡିବ ।
ଏହି ପ୍ଲାନ୍‌ କମ୍‌ ଡାଟା ଆବଶ୍ୟକତା କରୁଥିବା ଉପଭୋକ୍ତାଙ୍କ ପାଇଁ ଉତ୍ତମ । ନଚେତ୍‌ ଏହି ସବୁ ସୁବିଧା ପ୍ରିପେଡ୍‌ ପ୍ଲାନ୍‌ରେ ମଧ୍ୟ ଏହି ଦାମ୍‌ରେ ମିଳିଯିବ ।

ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..

ସେବାୟତ ଖସି ପଡିବା ଘଟଣା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ- ପିସିସି ସଭାପତି

- Advertisement -

ସେବାୟତ ଖସି ପଡିବା ଘଟଣା ; ଏମିତି କହିଲେ ମନ୍ଦିର ସୁପରଭାଇଜର

ଦେଖନ୍ତୁ ଭିଡିଓ ; ପାଇଖାନାରେ ଥିଲେ ଯୁବକ, ହଠାତ୍‌ ବାହାରିଲା ବିଷଧର ସାପ, ଆଉ ତା’ପରେ..

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories