www.samajalive.in
Monday, December 8, 2025
27.1 C
Bhubaneswar

ସେବାୟତ ଖସି ପଡିବା ଘଟଣା ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ- ପିସିସି ସଭାପତି

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ସେବାୟତ ମନ୍ଦିରକୁ ମହାଦୀପ ନେଇ ଖସି ପଡିବା ଘଟଣାରେ ସେବାୟତ ଯୋଗେନ୍ଦ୍ର ସମର୍ଥା ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଆହତ ସେବାୟତଙ୍କୁ ଭେଟିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଭେଟିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି। ଏହି ଅଘଟଣ ପାଇଁ ସେ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।ସତର୍କତା ମୂଳକ ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଛନ୍ତି । ଆହତ ସେବାୟତଙ୍କୁ କ୍ଷତିପୂରଣ ଦିଆଯାଉ। ସରକାର ତାଙ୍କର ଭୁଲ୍‌ ମାନିବାକୁ ନାରାଜ। ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଛି। ପ୍ରଥମେ ରଥଯାତ୍ରାରେ ବଡ଼ ଠାକୁର ତଳେ ପଡିଗଲେ, ଏବେ ମହାଦୀପ ତଳେ ପଡିଗଲା, ସେବାୟତ ଆହତ ହେଲେ। ଏହା ରାଜ୍ୟ ପ୍ରତି ଶୁଭଙ୍କର ନୁହଁ। ସରକାର କଣ କରୁଛନ୍ତି। ଏସବୁ ଘଟଣାରେ ଆମେ ସରକାରଙ୍କ ଠାରୁ ଶ୍ୱେତପତ୍ର ଦାବି କରୁଛୁ ସେ ବୋଲି କହିଛନ୍ତି।

ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories