www.samajalive.in
Saturday, December 6, 2025
26.1 C
Bhubaneswar

ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପରଲୋକ

ପିପିଲି :ପୁରୀ ଜିଲା କୋଣାର୍କ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ପୁରୀ ଜିଲା ପେଷାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କର ୬୫ବର୍ଷ ବୟସର ପରଲୋକ ଘଟିଛି । ଗତ ଶନିବାର ଦିନ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ୩ଟି ଷ୍ଟେନ୍‍ ଲାଗିଥିଲା ଓ ସେ ଧିରେ ଧିରେ ସୁସ୍ଥ ହେଉଥିବାବେଳେ ମଙ୍ଗଳବାର ଅପରାହ୍ନରେ ହଠାତ୍‍ ତାଙ୍କର ବ୍ରେନ୍‍ ଷ୍ଟ୍ରୋକ୍‍ ହେବାରୁ ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା । ତେବେ ଡାକ୍ତରଙ୍କର ସବୁ ଉଦ୍ୟମ ସତ୍ବେ ବୁଧବାର ସକାଳ ସାଢେ ୯ଟାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ କୋଣାର୍କ ନିଆଯାଉଥିବା ବେଳେ ଅପରାହ୍ନରେ ପିପିଲି ତରାକାଜ ଛକ ଠାରେ ଅଞ୍ଚଳର ବରିଷ୍ଟ ସାମ୍ବାଦିକ ରାଜକିଶୋର ସ୍ୱାଇଁ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଚନ୍ଦ୍ରମାଧବ ମିଶ୍ର, ବିଜୟ କୁମାର ମହାପାତ୍ର, ଦେବାଶିଷ ସିଂରାୟନ, ସଞ୍ଜୟ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ଦିକ୍ଷିତ, ହେମନ୍ତ କୁମାର ସେଠୀ, ମନୋରଞ୍ଜନ ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ଦୁର୍ଗାଚରଣ ନାୟକଙ୍କ ସମେତ ବହୁ ସାମ୍ବାଦିକମାନେ ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ ବରିଷ୍ଟ ସାମ୍ବାଦିକ ରାଜକିଶୋର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସ୍ୱର୍ଗତ ମହାପାତ୍ରଙ୍କ ଅମରଆତ୍ମାର ସଦ୍‍ଗତି ନିମନ୍ତେ ୨ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା ।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories