www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ଵକର୍ମା ଛୁଟି ବାତିଲ, ଇଦ ପାଇଁ ୨ ଦିନିଆ ଛୁଟି

ସମାଜ ଡିଜିଟାଲ ଡେସ୍କ: ବିଶ୍ଵକର୍ମା ପୂଜା ପାଇଁ ଛୁଟି ବାତିଲ। କିନ୍ତୁ ଇଦ୍‌ ପର୍ବ ପାଇଁ ଗୋଟିଏ ଦିନ ବଦଳରେ ଦୁଇ ଦିନିଆ ଛୁଟି। କଲକାତା ନଗର ନିଗମ ସ୍କୁଲଗୁଡ଼ିକ ପାଇଁ ଏଭଳି ଆଦେଶନାମା ପ୍ରକାଶ କରି ଅଡୁଆରେ ପଡ଼ିଛି ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର। ଏହାକୁ ନେଇ ପ୍ରବଳ ବିରୋଧ ହେବା ପରେ ଶେଷରେ ଉକ୍ତ ଆଦେଶନାମାକୁ ରଦ୍ଦ କରାଯାଇଛି।

ସୂଚନା ଅନୁସାରେ, କଲକାତା ନଗର ନିଗମ(କେଏମସି) ପକ୍ଷରୁ ସ୍କୁଲଗୁଡ଼ିକ ଲାଗି ଏକ ଆଦେଶ ଜାରି କରାଯାଇ ବିଶ୍ଵକର୍ମା ପୂଜା ଛୁଟିକୁ ରଦ୍ଦ କରାଯାଇଥିବା ଏବଂ ଇଦ୍‌ରେ ଗୋଟିଏ ଦିନ ଛୁଟି ବଦଳରେ ୨ ଦିନ ଛୁଟି ରହିବା ନେଇ ସୂଚନା ଦିଆଯାଇଥିଲା। ୨୦୨୫ ସେପ୍ଟେମ୍ବର ୧୭ରେ ବିଶ୍ଵକର୍ମା ପୂଜା ଛୁଟି ନାହିଁ। ଏହା ବଦଳରେ ଇଦ ଉଲ ଫିତର ଛୁଟି ବୃଦ୍ଧି କରାଯାଇଛି। ଇଦ୍‌ ପାଇଁ ୨୦୧୫ ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୧ରେ ଛୁଟି ରହିବ। ଏହାକୁ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯିବା ସହିତ ସରକାର ସଂଖ୍ୟାଲଘୁ ତୁଷ୍ଟୀକରଣ କାର‌୍ୟ୍ୟ କରୁଥିବା ଅଭିଯୋଗ କରାଯାଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପରେ ନିଗମ ଆଦେଶନାମାକୁ ରଦ୍ଦ କରିଛି। ଯେଉଁ ଅଧିକାରୀ ଏଭଳି ଆଦେଶ ଜାରି କରିଛନ୍ତି ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ନିଗମ କର୍ତ୍ତୃପକ୍ଷ କହିଛନ୍ତି। ତେବେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଜଗନ୍ନାଥ ଚଟ୍ଟୋପାଧ୍ୟାୟ କହିଛନ୍ତି ଯେ, ନଗର ନିଗମ ପ୍ରଶାସନ ମେୟର ଫିରହାଦ ହକିମଙ୍କ ହାତରେ ଥିବାରୁ ଜାଣି ଜାଣି ଏପରି କରାଯାଇଛି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories