www.samajalive.in
Friday, December 5, 2025
20.1 C
Bhubaneswar

କାମାକ୍ଷାନଗରରେ ମହାଶିବରାତ୍ରୀ ପାଳିତ, ଭୋର୍ ୪ଟାରେ ଉଠିଲା ମହାଦୀପ

କାମାକ୍ଷାନଗର: କାମାକ୍ଷାନଗର ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ବଡ ଧୁମଧାମ ସହକାରେ ମହା ଶିବରାତ୍ରୀ ପାଳିତ ହୋଇଯାଇଛି। କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବଡ଼ସୁଆଁଳୋ ପଞ୍ଚାୟତ ର ହତୁଆରୀ ଗାଁରେ ଥିବା ସର୍ବ ପୁରାତନ ଶୈବ ପୀଠ କପିଳେଶ୍ୱର ଶିବ ମନ୍ଦିରରେ ସକାଳୁ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଥିଲା । ଆଜି ଭୋର ୪ଟା ରେ ମହାଦୀପ ଉଠିଥିବା ବେଳେ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଉପସ୍ଥିତ ଥିଲେ।  ଏତଦ ବ୍ୟତୀତ ବାଇସିଙ୍ଗା ପଂଚାୟତର ତେନ୍ତୁଳିସିଂହା ସନ୍ନିକଟ ରମିଆଳ ନଦୀ ତଟରେ ଅବସ୍ଥିତ ସର୍ବ ପୁରାତନ ଶୈବପୀଠ ରାମେଶ୍ୱର ମନ୍ଦିରରେ ଯଥାବିଧି ପୂଜାର୍ଚନା କରାଯାଇ ଶ୍ରଦ୍ଧାଳୁଙ୍କ ଦର୍ଶନ ର ବ୍ୟବସ୍ଥା କରାଯଇଥିଲା । ଏଠାରେ ଭୋର୍ ୪ ଟାରେ ମହାଦୀପ ଉଠିଥିଲା । କାମାକ୍ଷାନଗର ସହରର ଆନନ୍ତପୁର ସ୍ଥିତ ଦିବ୍ୟାସିଂହ ମନ୍ଦିର, ଜିରୀଡମାଳି ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର, ଶିବୁଳାପସୀ ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର, ରହଣି ସ୍ଥିତ ଓଁକାରେଶ୍ବର ମନ୍ଦିର, କଙ୍କଡ଼ାହାଡ଼ ସ୍ଥିତ ରାମେଶ୍ୱର ଶିବ ମନ୍ଦିରରେ ଭକ୍ତ ମାନଙ୍କର ଭିଡ ମହାଦୀପ ଉଠିବା ପର୍ଯ୍ୟନ୍ତ ଲାଗିରହିଥିଲା ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories