ବିବିଧ ସାଂସ୍କୃତିକ ପରମ୍ପରାର ପ୍ରତିଫଳନ ମହାଶିବରାତ୍ରି

ଡେସ୍କ: ମହାଶିବରାତ୍ରୀ ଭାରତର ବିଭିନ୍ନ ଅଞ୍ଚଳରେ ଅନନ୍ୟ ପରମ୍ପରା ସହିତ ପାଳନ କରାଯାଏ, ଯାହା ଦେଶର ବିବିଧ ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରିଥାଏ। ଜାଣନ୍ତୁ ଏହି ପବିତ୍ର ପର୍ବକୁ ବିଭିନ୍ନ ରାଜ୍ୟରେ କେମିତି ପାଳନ କରାଯାଏ।
୧. ଉତ୍ତର ଭାରତ
ଉତ୍ତର ପ୍ରଦେଶ (ବାରଣାସୀ ଓ ପ୍ରୟାଗରାଜ): ଭଗବାନ ଶିବଙ୍କ ସହର ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିରରେ ଭବ୍ୟ ଉତ୍ସବ ପାଳନ କରାଯାଏ। ଭକ୍ତମାନେ ପୂଜାର୍ଚ୍ଚନା କରିବା ପୂର୍ବରୁ ଗଙ୍ଗାରେ ସ୍ନାନ କରିଥାନ୍ତି। ଶିବ ମୂର୍ତ୍ତି ଏବଂ ନାଗା ସାଧୁମାନଙ୍କ ସହ ଶୋଭାଯାତ୍ରାରେ “ହର ହର ମହାଦେବ” ଆବୃତ୍ତି କରିବା ଏକ ପ୍ରମୁଖ ଆକର୍ଷଣ ଅଟେ। ଏଥିରେ ସାରା ରାତି ମହାଦେବଙ୍କୁ ମହାରୁଦ୍ରାଭିଷେକ ଅର୍ଥାତ କ୍ଷୀର, ମହୁ ଓ ଘିଅ ଅର୍ପଣ କରାଯାଏ।
ଜମ୍ମୁ ଓ କଶ୍ମୀର (ଶିବ ଖୋରୀ ଓ କଶ୍ମୀର ଶୈବ): ଶିବ ଖୋରି ଗୁମ୍ଫା ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କାଶ୍ମୀର ପଣ୍ଡିତମାନେ ଶିବ ଏବଂ ପାର୍ବତୀଙ୍କ ପ୍ରତିନିଧିତ୍ୱ କରି ଜଳ ଭର୍ତ୍ତି ପାତ୍ରରେ ଅଖରୋଟ ଅର୍ପଣ କରିବାର ଏକ ଅନନ୍ୟ ପରମ୍ପରା ସହିତ ହେରାଥ (ମହାଶିବରାତ୍ରୀ) ପାଳନ କରନ୍ତି।
ପଞ୍ଜାବ ଓ ହରିୟାଣା: ପଞ୍ଜାବ ଓ ହରିୟାଣାରେ ଏହି ପର୍ବରେ ଉପବାସ ପାଳିବା ସହ ମନ୍ଦିର ପରିଦର୍ଶନ କରାଯାଇଥାଏ ଏବଂ ଭଜନ ପରିବେଷଣ ମଧ୍ୟ କରାଯାଇଥାଏ। କିଛି ଭକ୍ତ ଭଗବାନ ଶିବଙ୍କ ପ୍ରିୟ ଭାଙ୍ଗ ଯୁକ୍ତ ପାନୀୟ ସେବନ କରନ୍ତି।
୨. ପଶ୍ଚିମ ଭାରତ
ମଧ୍ୟପ୍ରଦେଶ (ଉଜ୍ଜୈନ – ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ): ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗର ବାସସ୍ଥଳୀ ଉଜ୍ଜୈନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମହାଶିବରାତ୍ରୀ ଉତ୍ସବ ଆୟୋଜନ କରାଯାଏ। ପାହାନ୍ତା ପ୍ରହାରରୁ ଭବ୍ୟ ଭସ୍ମ ଆରତି କରାଯାଏ।
ରାଜସ୍ଥାନ ଓ ଗୁଜରାଟ: ରାଜସ୍ଥାନ ଉଦୟପୁରର ଏକଲିଙ୍ଗଜି ଭଳି ଶିବ ମନ୍ଦିରରେ ଭବ୍ୟ ଉତ୍ସବ ଦେଖିବାକୁ ମିଳେ। ଗୁଜରାଟରେ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ସୋମନାଥ ଜ୍ୟୋତିର୍ଲିଙ୍ଗରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ମହାରାଷ୍ଟ୍ର (ନାସିକ ଓ ଏଲୋରା): ନାସିକର ତ୍ରିମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।ଏଲୋରା ଗୁମ୍ଫା ନିକଟରେ ଥିବା ଗ୍ରୀଷ୍ଣେଶ୍ୱର ମନ୍ଦିରରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ। ଲୋକମାନେ ରାତି ସାରା ଜାଗ୍ରତ ରହି ଭଜନ କୀର୍ତ୍ତନ କରିଥାନ୍ତି।
୩. ଦକ୍ଷିଣ ଭାରତ
ତାମିଲନାଡୁ (ଚିଦାମ୍ବରମ ଓ କାଞ୍ଚିପୁରମ୍): ଚିଦାମ୍ବରମ୍ ନଟରାଜ ମନ୍ଦିରରେ ମହାଶିବରାତ୍ରିରେ ଭଗବାନ ଶିବଙ୍କ ସମ୍ମାନରେ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ ‘ନାଟ୍ୟାଞ୍ଜଳି’ର ଆୟୋଜନ କରାଯାଇଥାଏ। କାଞ୍ଚିପୁରମର ଏକମ୍ବରେଶ୍ୱର ମନ୍ଦିରରେ ଏକ ସ୍ୱତନ୍ତ୍ର ପାଙ୍ଗୁନି ଉଥିରମ୍ ପର୍ବ ଆୟୋଜନ କରାଯାଏ।
କର୍ଣ୍ଣାଟକ (ମୁରୁଦେଶ୍ୱର ଓ ଗୋକର୍ଣ୍ଣ): ମୁରୁଦେଶ୍ୱର ମନ୍ଦିରରେ ଥିବା ଉଚ୍ଚ ଶିବ ମୂର୍ତ୍ତି ଉତ୍ସବର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଶିବ ମନ୍ଦିର ଗୋକର୍ଣ୍ଣ ମହାବଳେଶ୍ୱର ମନ୍ଦିରରେ ଭବ୍ୟ ରୀତିନୀତି ଅନୁଷ୍ଠିତ ହୋଇଥାଏ।
କେରଳ (ଆଲୁଭା ଓ ପେରୁଭାନମ୍): ପେରିଆର ନଦୀ କୂଳରେ ଅବସ୍ଥିତ ଆଲୁଭା ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।ପେରୁଭାନମ୍ ମନ୍ଦିରରେ ଶିବ ତାଣ୍ଡବ ପରିବେଷଣ କରାଯାଇଥାଏ।
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା (ଶ୍ରୀଶୈଲମ ଓ କିସରାଗଟ୍ଟା): ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ଶ୍ରୀଶୈଳମ ମଲ୍ଲିକାର୍ଜୁନ ମନ୍ଦିରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ହାଇଦ୍ରାବାଦ ନିକଟସ୍ଥ କିସରାଗୁଟ୍ଟା ମନ୍ଦିରରେ ଭବ୍ୟ ଅଭିଷେକ ଓ ମେଳା ଅନୁଷ୍ଠିତ ହୋଇଥାଏ।
୪. ପୂର୍ବ ଓ ଉତ୍ତର-ପୂର୍ବ ଭାରତ
ପଶ୍ଚିମବଙ୍ଗ (ତାରକେଶ୍ୱର): ତାରକେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁମାନେ ପବିତ୍ର ଗଙ୍ଗା ଜଳ ବହନ କରି କନୱର ଯାତ୍ରା କରିଥାନ୍ତି।ବଙ୍ଗଳାରେ ମହିଳାମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି।
ଓଡ଼ିଶା (ଲିଙ୍ଗରାଜ ମନ୍ଦିର, ଭୁବନେଶ୍ୱର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ମହାଦୀପ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ, ଯେଉଁଠାରେ ମନ୍ଦିର ଉପରେ ଏକ ବିଶାଳ ଦୀପ ପ୍ରଜ୍ୱଳନ କରାଯାଏ। ପୁରୀ ଓ କୋଣାର୍କର ଶିବ ମନ୍ଦିରରେ ମଧ୍ୟ ଭବ୍ୟ ଉତ୍ସବ ଦେଖିବାକୁ ମିଳେ।
ଆସାମ ଓ ତ୍ରିପୁରା (ଉମାନନ୍ଦ ଓ ତ୍ରିପୁରେଶ୍ୱରୀ ମନ୍ଦିର): ବ୍ରହ୍ମପୁତ୍ର ନଦୀର ଏକ ଦ୍ୱୀପରେ ଅବସ୍ଥିତ ଉମାନନ୍ଦ ମନ୍ଦିରରେ ଭବ୍ୟ ରୀତିନୀତି ଅନୁଯାୟୀ ମହାଶିବରାତ୍ରି ଅନୁଷ୍ଠିତ ହୋଇଥାଏ। ତ୍ରିପୁରାରେ ତ୍ରିପୁରେଶ୍ୱରୀ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଓ ଉତ୍ସବ ଅନୁଷ୍ଠିତ ହୋଇଥାଏ।
୫. କେନ୍ଦ୍ରୀୟ ଭାରତ ଓ ହିମାଳୟ ଅଞ୍ଚଳ
ଉତ୍ତରାଖଣ୍ଡ (କେଦାରନାଥ – ଚାରି ଧାମ): ବରଫପାତ କାରଣରୁ କେଦାରନାଥ ବନ୍ଦ ରହିଥିଲେ ମଧ୍ୟ ଉଖିମଠସ୍ଥିତ ଓମ୍କାରେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରାଯାଏ, ଯେଉଁଠାରେ ଶୀତଦିନେ ମହାପ୍ରଭୁ ଶିବଙ୍କୁ ପୂଜା କରାଯାଏ। ଆଲମୋଡ଼ାର ଜାଗେଶ୍ୱର ମନ୍ଦିରରେ ମଧ୍ୟ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ।
ହିମାଚଳ ପ୍ରଦେଶ (ମଣ୍ଡି ଶିବରାତ୍ରୀ ମେଳା): ମଣ୍ଡିରେ ସାତ ଦିନିଆ ଅନ୍ତର୍ଜାତୀୟ ଶିବରାତ୍ରୀ ମେଳା ଆୟୋଜନ କରାଯାଏ, ଯେଉଁଠାରେ ଆଖପାଖ ଗ୍ରାମରୁ ଶହ ଶହ ଦେବାଦେବୀଙ୍କୁ ଶୋଭାଯାତ୍ରାରେ ଅଣାଯାଏ। ବୈଜନାଥ ମନ୍ଦିର ଅନ୍ୟ ଏକ ପ୍ରମୁଖ ଶିବ ତୀର୍ଥସ୍ଥଳ।
ନେପାଳ (ପଶୁପତିନାଥ): ଭାରତରେ ନଥିଲେ ମଧ୍ୟ କାଠମାଣ୍ଡୁର ପଶୁପତିନାଥ ମନ୍ଦିର ମହାଶିବରାତ୍ରୀ ସମୟରେ ଭାରତୀୟ ଭକ୍ତଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥଳ ପାଲଟିଥାଏ। ହଜାର ହଜାର ସାଧୁ ଏବଂ ତୀର୍ଥଯାତ୍ରୀ ସେଠାରେ ଏକତ୍ରିତ ହୁଅନ୍ତି, ଯାହା ଏହାକୁ ଅନ୍ୟତମ ବୃହତ୍ତମ ଶିବ ପର୍ବରେ ପରିଣତ କରିଥାଏ।
ମହାଶିବରାତ୍ରୀ ସମଗ୍ର ଭାରତରେ ଅବିଶ୍ୱସନୀୟ ଭକ୍ତି ଏବଂ ଆଞ୍ଚଳିକ ଭିନ୍ନତା ସହିତ ପାଳନ କରାଯାଏ। ଯଦିଓ ମୂଳ ରୀତିନୀତି ସମାନ ରହିଥାଏ – ଉପବାସ, ରାତି ସାରା ପୂଜା ଏବଂ ଅଭିଷେକ ଆଦିର ଅନନ୍ୟ ଆକର୍ଷଣ ପ୍ରତିଫଳିତ ହୋଇଥାଏ।
Comments are closed.