www.samajalive.in
Sunday, December 7, 2025
26.1 C
Bhubaneswar

ପୁଲିସକୁ ଦେଖି ଭୟରେ ବିଷ ପିଇଲା ଅଭିଯୁକ୍ତ!

ସୋର: ସୋର ଲିଙ୍ଗାପଡାରେ ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣା। ୩ ଦିନ ପରେ ଫେରାର ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଭଦ୍ରକ ବାସୁଦେବପୁର ଚୂଡାମଣି ସ୍ଥିତ ଗାଁରୁ ପୁଲିସ୍ ଅଭିଯୁକ୍ତକୁ ଉଦ୍ଧାର କରିଛି। ଯୁବକ ଜଣକ ଗାଁ ନିକଟରେ ଥିବା ଜଙ୍ଗଲରେ ଲୁଚି ଥିବାର ଖବର ପାଇ ପୁଲିସ ଚଢାଉ କରିଥିଲା। ପୁଲିସକୁ ଦେଖି ଭୟରେ ଅଭିଯୁକ୍ତ ଯୁବକ ଜଣକ ବିଷ  ଖାଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁରରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଗତ ସୋମବାର ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିଲା। ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି କରିଥିଲା।  ଯୁବତୀ ଜଣକ ଅଭିଯୁକ୍ତ ନାଁରେ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। ହତ୍ୟାକାଣ୍ଡ ଘଟାଇ ଯୁବକ ଜଣକ ଫେରାର୍ ହୋଇଯାଇଥିବାବେଳେ ଆଜି ପୁଲିସ ନିକଟ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories