www.samajalive.in
Saturday, December 6, 2025
16.1 C
Bhubaneswar

ନାବାଳିକାଙ୍କୁ ଯୌନ ଶୋଷଣ, ଭାରତୀୟ ନାଗରିକଙ୍କୁ ଆମେରିକାରେ ୩୫ ବର୍ଷ ଜେଲ ଦଣ୍ଡାଦେଶ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ମିଥ୍ୟା ପରିଚୟ ଦେଇ ନାବାଳିକାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କୁ ଯୌନ ଶୋଷଣ କରିବା ମାମଲାରେ ଆମେରିକାରେ ଜଣେ ଭାରତୀୟ ନାଗରିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆମେରିକାର ଏକ ଜିଲା କୋର୍ଟ ସାଇ କୁମାର କୁରେମୁଲା ନାମକ ଏହି ଭାରତୀୟଙ୍କୁ ୩୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ସାଇ କୁମାର ଓକଲାହୋମାର ଏଡମଣ୍ଡ ସହରରେ ଅପ୍ରବାସୀ ଭିଜା ବଳରେ ରୁହନ୍ତି। ସାମାଜିକ ଗଣମାଧ୍ୟମରେ ସେ ନିଜକୁ କିଶୋର ଦର୍ଶାଇ ପିଲାମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ। ଏକାଧିକ ନାବାଳିକାଙ୍କ ସହିତ ସେ ଏପରି କରିଥିବା ନେଇ ଅଭିଯୋଗ ହୋଇଥିଲା।

- Advertisement -

ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ୩ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରିବା ସହିତ ଅଶ୍ଳୀଳ ଫଟୋଚିତ୍ର ଭାଇରାଲ କରିବା ମାମଲାରେ ଆମେରିକାର ଜିଲା ଜଜ ଚାର୍ଲ୍ସ ଗୁଡୱିନ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକାଙ୍କ ସହିତ ଏପରି ଘୃଣ୍ୟ ଅପରାଧ କରୁଥିବା ବ୍ୟକ୍ତିମାନଙ୍କ ଲାଗି ଏହି ଦଣ୍ଡାଦେଶ ଏକ ଶକ୍ତ ଚେତାବନୀ ବୋଲି ଆଟର୍ଣ୍ଣି ରବର୍ଟ ଜେ. ଟ୍ରୋଏଷ୍ଟର କହିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories