ପାଟନା : ବିହାରର ପାଟନାରୁ ଏକ ଛାତିଥରା ଘଟଣା ହଇଚଇ ସୃଷ୍ଟି କରିଛି । ଘରୋଇ କଳହରୁ ଜଣେ ଯୁବକ ନିଜର ୨ ମାସର ଶିଶୁକୁ ଚଟାଣରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନାନୁସାରେ ଏହି ଘଟଣା ମସୌଢୀର ଘୋରହୁଆ ଗାଁର । ଯୁବକ ଜଣକଙ୍କର ନିଜ ପତ୍ନୀଙ୍କ ସହ କୌଣସି କାରଣରୁ କଳହ ହୋଇଥିଲା । ସେହି ସମୟରେ ସେ କକ୍ଷରେ ଶୋଇଥିବା ନିଜ ୨ ମାସର ଶିଶୁ ପୁତ୍ରକୁ ଚଟାଣରେ ପିଟି ପିଟି ହତ୍ୟା କରିଥିଲା । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ଅଭିଯୁକ୍ତ ଯୁବକଙ୍କ ନାମ ବିକାଶ କୁମାର । ପୁଲିସ ଘଟଣାର ତଦନ୍ତ ଜାରି ରଖିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାଟି ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।
ଆଉ ୨ ଦିନ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ,ସରକାରୀ ଚାକିରି, ହେବେ ମାଲାମାଲ୍..
ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ମହଙ୍ଗା ପଡିଲା ମାଙ୍କଡ ସହ ରିଲ୍ସ, ହେଲା ଏମିତି..



