www.samajalive.in
Friday, December 5, 2025
20.1 C
Bhubaneswar

ସାରା ରାତି ଚାଲିଲା ସଂସଦ: ବିଳମ୍ବିତ ରାତିରେ ଗୃହୀତ ହେଲା ଓ୍ବାକଫ୍ ସଂଶୋଧନ ବିଲ୍

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଓ୍ବାକଫ୍ ଆଇନରେ ସଂଶୋଧନ ପାଇଁ  ପ୍ରସ୍ତୁତ ଓ୍ବାକଫ୍ (ସଂଶୋଧନ) ବିଧେୟକ ୨୦୨୫ ବୁଧବାର ବିଳମ୍ବିତ ରାତିରେ ୨ଟାରେ ଲୋକସଭାରେ ଗୃହୀତ ହୋଇଛି। ବିଧେୟକ ସପକ୍ଷରେ ୨୮୮ଟି ଭୋଟ୍ ପଡିଥିବାବେଳେ ବିରୋଧରେ ୨୩୨ଟି ଭୋଟ୍ ଯାଇଥିଲା। ଏହି ସଂଶୋଧନ ବିଧେୟକ ଉପରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ କରାଯାଇଥିଲା। ଶେଷରେ ଶାସକ ଦଳ ପକ୍ଷରୁ ଆସିଥିବା ଗୋଟିଏ ସଂଶୋଧନ ପ୍ରସ୍ତାବ ଧ୍ବନୀମତରେ ଗୃହୀତ ହୋଇଥିଲା। ଅନ୍ୟପକ୍ଷରେ ବିରୋଧୀଙ୍କ ଆଗତ ପ୍ରାୟ ୧୫୦ ସଂଶୋଧନ ପ୍ରସ୍ତାବ କାଟ୍ ଖାଇଥିଲା। ବିରୋଧୀ ସେମାନଙ୍କର କେତେକ ସଂଶୋଧନ  ପ୍ରସ୍ତାବ ଉପରେ ଭୋଟିଂ ଦାବି କରିବାରୁ ବାଚସ୍ପତିି ଓମ୍ ବିର୍ଲା ଏହା ଉପରେ ମତଦାନ କରାଇଥିଲେ। ପ୍ରଥମେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିଧେୟକକୁ ଆଗତ କରି କିଭଳି ଏହା ଜେପିସିରେ ବ୍ୟାପକ ଚର୍ଚ୍ଚା ଓ ଆଲୋଚନା କରାଯାଇ ସମସ୍ତ ସଂଶୋଧନ ସହ ଲୋକସଭାରେ ଆଗତ କରାଯାଇଛି। ତାହା ଉପରେ ମତ ରଖିଥିଲେ। ଏଥିପାଇଁ ଜେପିସିର ଅଧ୍ୟକ୍ଷ ସାଂସଦ ଜଗଦମ୍ବିକା  ପାଲ ଏବଂ ଅନ୍ୟ ସମସ୍ତ ଶାସକ ଓ ବିରୋଧୀ ଦଳରୁ ଥିବା ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories