www.samajalive.in
Friday, December 5, 2025
26.1 C
Bhubaneswar

ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ

ଠାକୁରମୁଣ୍ଡା : କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଡକେଇପାଳ – ହାଣ୍ଡିଫୁଟା ଗ୍ରାମ୍ୟ ରାସ୍ତାରୁ ପିକଅପ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ବନବିଭାଗ। କୌଣସି ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ କାଠ ବୋଝେଇ ହୋଇ ଯାଉଥିବା ପିକଅପ୍‌ ଭ୍ୟାନ୍‌ରେ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ କରିଛନ୍ତି। ବନବିଭାଗ କର୍ମଚାରୀଙ୍କୁ ଦୂରରୁ ଦେଖି ଡ୍ରାଇଭର ଓ ମାଫିଆ ଗାଡ଼ି ଛାଡି ଫେରାର ହୋଇଯାଇଛନ୍ତି।
ସୂଚନା ଥାଉକି ଗତ ଏକ ସପ୍ତାହ ମଧ୍ୟରେ କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରୁ କାଠ ବୋଝେଇ ପିକଅପ ଜବତ କରିଛି ବନବିଭାଗ। ସେହିପରି ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଆସିବା ପରେ କାଠ ମାଫିଆଙ୍କ ଉପରେ କଡା ନଜର ରଖାଯାଇଛି । ଫଳରେ ଠାକୁରମୁଣ୍ଡା ବନାଞ୍ଚଳରେ ତିନି ଦିନରେ ଦୁଇଟି କାଠ ବୋଝେଇ ପିକଅପ ଜବତ ହୋଇଛି। ଠାକୁରମୁଣ୍ଡା ରେଞ୍ଜ କେସ୍ ୨/ ୨୦୨୫-୨୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ବନବିଭାଗ। ଏହି ଚଢାଉରେ ରେଞ୍ଜର ଉମାକାନ୍ତ ବେହେରା, ଫରେଷ୍ଟର ବିଦ୍ୟାଧର ମହାନ୍ତ, ବନ୍ଦିତା ମହାନ୍ତ, ଚିତ୍ତରଞ୍ଜନ ନାଏକ ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ।

ଆଉ ୨ ଦିନ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିଙ୍କୁ ମିଳିବ ଧନ,ସରକାରୀ ଚାକିରି, ହେବେ ମାଲାମାଲ୍‌..

ଦେଖନ୍ତୁ ଭିଡିଓ ; ଯୁବତୀଙ୍କୁ ମହଙ୍ଗା ପଡିଲା ମାଙ୍କଡ ସହ ରିଲ୍ସ, ହେଲା ଏମିତି..

- Advertisement -

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories