www.samajalive.in
Saturday, December 13, 2025
26.1 C
Bhubaneswar

ସ୍ବାମୀ ଓ ସନ୍ତାନ ସୁଖ ପାଇଁ କରନ୍ତୁ ଗୌରୀ ତୃତୀୟା ବ୍ରତ !

ଫେବୃଆରୀ ୮ ତାରିଖ ମାଘ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଗୌରୀ ତୃତୀୟା କୁହାଯାଏ । ଏହି ତିଥିରେ ତୀଜ ପର୍ବ ପାଳନ କରାଯାଏ । ସ୍ବାମୀ ଓ ସନ୍ତାନର ମଙ୍ଗଳ କାମନା କରି ବିବାହିତ ମହିଳାମାନେ ଏହି ପର୍ବ ପାଳନ କରିଥାଆନ୍ତି । ଯୁବତୀମାନେ ମଧ୍ୟ ଏହି ବ୍ରତ କରିବା ଦ୍ବାରା ଭଲ ଘର ଓ ଇଚ୍ଛା ମୁତାବକ ବର ମିଳିଥାଏ ବୋଲି ବିଶ୍ବାସ ରହିଛି । ମା ପାର୍ବତୀ କଠୋର ତପସ୍ୟା ବଳରେ ମହାଦେବଙ୍କୁ ବର ରୂପରେ ପ୍ରାପ୍ତି କରିଥିଲେ ଏବଂ ଗଣେଶ ଓ କାର୍ତ୍ତିକଙ୍କ ଭଳି ଦୁଇଟି ସୁପୁତ୍ର ଲାଭ କରିଥିଲେ ବୋଲି ପୌରାଣିକ ମତ ରହିଛି ।

ତୀଜ ପର୍ବ

- Advertisement -

ତୃତୀୟା ତିଥି ହେଉଛି ମା’ ଗୌରୀଙ୍କ ଜନ୍ମ ତିଥି । ଏହି ତିଥିରେ ମହିଳା ଓ ଯୁବତୀମାନେ ଷୋହଳ ଶୃଙ୍ଗରା କରିଥାଆନ୍ତି । ମେହେନ୍ଦୀ, ସିନ୍ଦୁର ଓ ଅଳତାରେ ନବବଧୂ ଭଳି ସଜେଇ ହୋଇଥାଆନ୍ତି । ଏହି ଦିନ ଶିବ ପରିବାର ଅର୍ଥାତ୍ ହର, ଗୌରୀ, ଗଣେଶ ଓ କାର୍ତ୍ତିକଙ୍କ ପୂଜା କରିଥାଆନ୍ତି ।

କିପରି କରିବେ ପୂଜା

ଶିବ ପରିବାରକୁ ନାଲି ଓ ହଳଦିଆ ପୁଲ ଚଢାନ୍ତୁ । କଦଳୀ ଓ ଲଡ୍ଡୁ ଭୋଗ ଲଗାନ୍ତୁ ।
ବେଲପତ୍ର ଚଢାନ୍ତୁ । ଶିବ ଭଗବାନଙ୍କୁ କ୍ଷୀର, ଜଳ ଓ ଚାଉଳରେ ଅଭିଷେକ କରାନ୍ତୁ ।
ଭଗବାନ ଗଣେଶଙ୍କୁ ରାଶି ଲଡ୍ଡୁ ଓ କଦଳୀ ଚଢାନ୍ତୁ ।

ଗୌରୀ-ଶଙ୍କର ରୁଦ୍ରାକ୍ଷ ଧାରଣ

ଗୌରୀ ତୃତୀୟା ଅବସରରେ ବିଶେଷ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ରୁଦ୍ରାକ୍ଷ ଧାରଣ କରିବା ଦ୍ବାରା ବାଧାବିଘ୍ନ ଦୂର ହୋଇଥାଏ ।
ଏହା ସହ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ ।
କାଳସର୍ପ ଦୋଷ ଥିଲେ ଗୌରୀ-ଶଙ୍କର ରୁଦ୍ରାକ୍ଷ ଧାରଣ କରନ୍ତୁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories