www.samajalive.in
Saturday, December 6, 2025
14.1 C
Bhubaneswar

ଇଂରାଜୀରେ କପି କରି ଧରାପଡ଼ିଲେ ୮

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ସୋମବାର ଥିଲା ଦ୍ବିତୀୟ ଦିନ। ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିଲେ। ସମସ୍ତ କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଛି। ତେବେ ୮ଜଣ କପି କରି ଧରାପଡ଼ିଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଏହି ଛାତ୍ରଛାତ୍ରୀ ନିଜ ପରୀକ୍ଷା କେନ୍ଦ୍ରରେ କପି କରୁଥିବାବେଳେ ବୋର୍ଡ ପକ୍ଷରୁ ହୋଇଥିବା କମାଣ୍ଡ କଣ୍ଟେ୍ରାଲ ରୁମ୍‌ ରେ ଏଆଇ କ୍ୟାମେରା ଦ୍ବାରା ଧରାପଡ଼ିଥିଲେ। ଆସନ୍ତା ୨୭ ତାରିଖରେ ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍‌ ସମୟ ମିଳିବ। ସବୁ ବିଷୟରେ ଅର୍ଥାତ ପୂର୍ବାହ୍ଣ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧.୩୦ ମିନିଟ୍‌ରେ ପରୀକ୍ଷା ​ଶେଷ ହେଉଥିବାବେଳେ ଗଣିତ ପରୀକ୍ଷା ପୂର୍ବାହ୍ଣ ୯ ଟାରୁ ଆରମ୍ଭ ହୋଇ ୧୧.୪୫ ମିନିଟରେ ଶେଷ ହେବ। ଅନ୍ୟପକ୍ଷରେ କେତେ ପରୀକ୍ଷାର୍ଥୀ ଇଂରାଜୀ ବିଷୟରେ ପରୀକ୍ଷା ଦେବାକୁ ଆସିନଥିଲେ ବା ଅନୁପସ୍ଥିତ ଥିଲେ ତାହାର ସୂଚନା ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ନାହିଁ । ବିଭିନ୍ନ ଜିଲାରୁ ମିଳିଥିବା ସୂଚନା ମୁତାବକ, ଆଜି ପ୍ରାୟ ୧୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories