www.samajalive.in
Friday, December 5, 2025
23.1 C
Bhubaneswar

ମହାକୁମ୍ଭ ମେଳାରେ ସ୍ୱଚ୍ଛତା ଅଭିଯାନ: ବିଶ୍ୱ ରେକର୍ଡ ଲକ୍ଷ୍ୟରେ ୧୫,୦୦୦ ସଫେଇ କର୍ମଚାରୀ 

ମହାକୁମ୍ଭ ନଗର(ଉତ୍ତର ପ୍ରଦେଶ) : ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ନେଇ ୧୫,୦୦୦ ସଫେଇ କର୍ମଚାରୀ ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି। ସୋମବାର ଉତ୍ତର ପ୍ରଦେଶ ମହାକୁମ୍ଭ ନଗରର ଚାରୋଟି ଜୋନରେ ଆୟୋଜିତ ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ପ୍ରାୟ ୧୫,୦୦୦ ସଫେଇ କର୍ମଚାରୀ ସାମିଲ ହୋଇ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି ଅବସରରେ  ପ୍ରୟାଗରାଜ ମେୟର ଗଣେଶ କେଶରୱାନୀ, ମହାକୁମ୍ଭର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଂକ୍ଷା ରାଣା ଏବଂ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ସୁପରଭାଇଜରି ଟିମ ଉପସ୍ଥିତ ଥିଲେ  ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ର ମୁଖ୍ୟ ପର୍ଯ୍ୟବେକ୍ଷକ ଏବଂ ବିଚାରପତି ରିଶି ନାଥ ତାଙ୍କ ପ୍ରତିନିଧି ଦଳ ସହିତ ଲଣ୍ଡନରୁ ପ୍ରୟାଗରାଜରେ ପହଞ୍ଚିଥିଲେ। ସମନ୍ୱିତ ସ୍ୱଚ୍ଛତା ଅଭିଯାନର ୧୫,୦୦୦ ସଫେଇ କର୍ମଚାରୀଙ୍କ ରିଷ୍ଟ ବ୍ୟାଣ୍ଡରେ ଥିବା କୋଡ୍ ସ୍କାନ କରି ଗଣନା କରାଯାଇଥିଲା। ରେକର୍ଡର ଚୂଡ଼ାନ୍ତ ବୈଧତା ରିପୋର୍ଟ ତିନି ଦିନ ପରେ ପ୍ରକାଶ ପାଇବ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ ସୂଚନା ଦିଆଯାଇଛି।
ପ୍ରୟାଗରାଜରେ ଅନୁଷ୍ଠିତ ୨୦୧୯ କୁମ୍ଭରେ, ୧୦,୦୦୦ ସଫେଇ କର୍ମଚାରୀ ଏକ ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରି ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଶ୍ରୀ କେଶରୱାନୀ କହିଛନ୍ତି ଯେ ବିଶ୍ୱ ରେକର୍ଡ ପାଇଁ ଏହି ପ୍ରୟାସ ପ୍ରୟାଗରାଜର ପବିତ୍ର ଭୂମିରୁ ବିଶ୍ୱକୁ ସ୍ୱଚ୍ଛତାର ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି।

- Advertisement -

ଉତ୍ତର ପ୍ରଦେଶ ନଗର ବିକାଶ ଏବଂ ଶକ୍ତି ମନ୍ତ୍ରୀ ଏ.କେ. ଶର୍ମା କହିଛନ୍ତି ଯେ ମହାକୁମ୍ଭ ବିଶ୍ୱର ସର୍ବବୃହତ ଧାର୍ମିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ଉଭା ହୋଇଛି ଏବଂ ସ୍ୱଚ୍ଛତା କର୍ମଚାରୀମାନେ ହିଁ ପ୍ରକୃତ ନାୟକ ଯେଉଁମାନେ ଏହାକୁ ସଫଳ କରିଛନ୍ତି। “ସେମାନେ କୁମ୍ଭମେଳା ଅଞ୍ଚଳକୁ ସଫା ରଖିବା ପାଇଁ ଦିନରାତି ପରିଶ୍ରମ କରିଥାନ୍ତି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories