www.samajalive.in
Saturday, December 6, 2025
23.1 C
Bhubaneswar

ବରକୁ ବେଦୀରେ ହତ୍ୟା ଉଦ୍ୟମ: ୭ ଗିରଫ

ଦେଓଗାଁ : ବରଯାତ୍ରୀ ଗାଡ଼ି କନ୍ୟା ଘର ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା। ଡିଜେର ତାଳେ ତାଳେ ଦେଶୀ ବନ୍ଧୁକ ଧରି ନାଚୁଥିଲେ ଅପରାଧୀ। ବର ବରଣ କରି ଝିଅ ଘର ଲୋକେ ଘରକୁ ନେବା ସମୟରେ ମୁଣ୍ଡକୁ ଲକ୍ଷ କରି ଫୁଟାଇଥିଲେ ଗୁଳି। ହେଲେ ଉପସ୍ଥିତ ଲୋକେ ଅପରାଧୀଙ୍କୁ କାବୁ କରିବାରୁ ମରଣ ମୁହଁରୁ ବଞ୍ଚିଗଲା ବର। ବଲାଙ୍ଗିର ଜିଲା ଦେଓଗାଁ ଥାନା ବାବିଜୋର ଗାଁରେ ଏଭଳି ଏକ ଘଟଣା ଆଲୋଚନାର ବିଷୟ ହୋଇଛି। ଦେଓଗାଁ ଥାନା ଗାଈବାହାଲର ନେତ୍ରାନନ୍ଦ ପଧାନଙ୍କ ପୁଅ ରାଜକୁମାର ଉଡ଼ାର ପଞ୍ଚାୟତ ବାବିଯୋର ଗାଁକୁ ବରଯାତ୍ରୀ ଯାଇଥିଲେ ଗତ ରାତିରେ। ଖିଆପିଆ କରି ବରଯାତ୍ରୀ ନାଚିବା ପରେ କିଛି ନିଶାଖୋର ଯୁବକ ଦେଶୀ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଧରି ବେଦୀ ଉପରେ ବରକୁ ମାରିବା ପାଇଁ ଯୋଜନା କରି ଘେରି ଯାଇଥିଲେ। ଗାଁ ଲୋକେ ଅପରାଧୀ ଶ୍ରେଣୀର ଯୁବକ ମାନଙ୍କୁ ଉତ୍ତମ ମଧ୍ୟମ ଦେଇ କାବୁ କରି ପୁଲିସକୁ ଖବର ଦେଇଥିଲେ। ଦେଓଗାଁ ପୁଲିସ ପହଞ୍ଚି ୬ ଜଣକୁ ଆଣି ପଚରଉଚରା କରିବା ପରେ ସେମାନଙ୍କ ଠାରୁ ନିଶା ବଟିକା, ମାରତୁଲ୍‌ ଜବତ କରିଥିଲା। ପୁଅର ବାପା ଓ ଝିଅର ଭାଇ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲାର ତଦନ୍ତ କରୁଛି। ପୁଲିସ ଏନେଇ ଦେଓଗାଁ ଥାନା ଅଞ୍ଚଳର ସହିଲ ଦୀପ, ଯବକାନ୍ତ କୁଅଁର, ଅମରେଶ ମିର୍ଦ୍ଧା, ଲିପୁନ କୁମାର, ଚମରୁ ଭୋଇ, ଶକ୍ତିମାନ ଭୋଇ ସହ ଜଣେ ନାବାଳକକୁ ଗିରଫ କରିଥିବା ପ୍ରକାଶ। ଏ ସମ୍ପର୍କରେ ବଲାଙ୍ଗିର ଏସଡିପିଓଙ୍କୁ ପଚାରିବାରୁ ୭ ଜଣ ଗିରଫ ହୋଇଛନ୍ତି। ଜବତ ପିସ୍ତଲ ନେଇ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଝିଅ ଘର ଲୋକେ ବରକନ୍ୟାକୁ ସୋମବାର ଘରୁ ବିଦାୟ ଦେବା ପରେ ଗାଁରେ ପହଞ୍ଚିଥିଲେ ବରକନ୍ୟା। ହତ୍ୟା ଉଦ୍ୟମ ପଛରେ ପୁଅ ଘରର ପାରିବାରିକ କଳହ ସହ ଜମି ବିବାଦ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବରର ସମ୍ପର୍କୀୟ ଭିଣୋଇ ନିଶାଖୋର ଯୁବକଙ୍କୁ ମଦ ନିଶା ଓ ଟଙ୍କା ଦେଇ ହତ୍ୟା କରିବା ପାଇଁ ପଠାଇଥିଲା ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ପାଖକୁ ଦେଶୀ ବନ୍ଧୁକ ଆସିଲା କେଉଁଠି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବରର ପରିବାର ଭିତରେ ଭାଇ ଭାଇ ମଧ୍ୟରେ ଜମି ବିବାଦ ଲାଗି ରହିଛି। ରାଜକୁମାର ବାହା ହେବାକୁ ଯାଉଥିବାବେଳେ ସମ୍ପର୍କୀୟ ଭିଣୋଇ ନିଶାଖୋର ଯୁବକଙ୍କୁ ଲଗାଇ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ଚର୍ଚ୍ଚା ହେଉଛି। ଶଶୁର ଘର ଜମିକୁ ସୁରକ୍ଷା ଦେବା ପାଇଁ ଜ୍ବାଇଁ କାହିଁକି ହତ୍ୟା ଷଡ଼ଯନ୍ତ୍ରକାରୀ ପାଲଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories