www.samajalive.in
Saturday, December 6, 2025
26.1 C
Bhubaneswar

ଗୀତାଞ୍ଜଳି ନାୟକଙ୍କୁ ରାଷ୍ଟ୍ରୀୟ ‘ନବନ୍ୱେଷୀ କୃଷକ ପୁରସ୍କାର’

ପିପିଲି :ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌‌) ଅନ୍ତର୍ଗତ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ (ଆଇଏଆର୍‌‌ଆଇ) ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ‘ପୁଷା କୃଷି ବିଜ୍ଞାନ ମେଳା-୨୦୨୫’ରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଅନ୍ତର୍ଗତ ଜାମୁଦା ଗ୍ରାମର ସଫଳ ମହିଳା ଚାଷୀ ଗୀତାଞ୍ଜଳି ନାୟକଙ୍କୁ ଚଳିତ ବର୍ଷର ଜାତୀୟ ସ୍ତରୀୟ ମର୍ଯ୍ୟଦାଜନକ ‘ନବନ୍ୱେଷୀ କୃଷକ ପୁରସ୍କାର’ ପ୍ରଦାନ କରାଯାଇଛି।

ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାର ଉଦ୍‌‌ଯାପନୀ ଉତ୍ସବରେ ସୋମବାର ଦିନ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌‌) ମହାନିର୍ଦ୍ଦେଶକ ଡ଼ଃ ହିମାଂଶୁ ପାଠକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରି ସଂବର୍ଦ୍ଧିତ କରିଥିଲେ।

- Advertisement -

ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁଏମ୍‌‌) ପକ୍ଷରୁ ଚାଲୁଥିବା ‘ଫାର୍ମର ଫାଷ୍ଟ’ ପ୍ରକଳ୍ପ ଦ୍ୱାରା ଗୀତାଞ୍ଜଳି ପ୍ରଶିକ୍ଷଣ ପାଇ ସଂସ୍ଥାନର ବୈଜ୍ଞାନିକମାନଙ୍କ ନିୟମିତ ତତ୍ତ୍ୱାବଧାନରେ ବିଭିନ୍ନ ଆଧୁନିକ କୃଷି ପଦ୍ଧତି ଯଥା ସୂକ୍ଷ୍ମ ଜଳସେଚନ, ପଲିଥିନ ମଲଚିଂ ଦ୍ୱାରା ଜଳ ସଂରକ୍ଷଣ କରି କଦଳୀ ଚାଷ, ମକା ଚାଷ ଓ କନ୍ଦ ଜାତୀୟ ଫସଲ ଚାଷ ତଥା ପନିପରିବା ଚାଷ ମାଧ୍ୟମରେ କୃଷିର ବିବିଧିକରଣ କରି ସେ ସ୍ୱୟଂସମ୍ପନ୍ନ ହୋଇପାରିଛନ୍ତି। କୃଷିର ଆୟରୁ ଗଭୀର ନଳକୂପ ଖୋଳି ନିଜ ଜମି ଓ ଲିଜ୍‌‌ ଜମିରେ ପନିପରିବା ଚାଷ କରୁଛନ୍ତି।

ଏହା ସହ ଗାଇ, ଛେଳି ଓ କୁକୁଡା ଚାଷ ମାଧ୍ୟମରେ ନିଜର ଆୟକୁ ବୃଦ୍ଧି କରିପାରିଛନ୍ତି। ନିଜେ ସ୍ୱାବଲମ୍ବି ହେବା ସହ ନିଜ ଗ୍ରାମର ଓ ଆଖପାଖ ପଡୋଶୀ ଗ୍ରାମର ମହିଳାମାନଙ୍କୁ ଉନ୍ନତ ଜଳ ପ୍ରବନ୍ଧନ ବିଷୟରେ ପ୍ରଶିକ୍ଷିତ କରି କୃଷି ପ୍ରତି ଆକୃଷ୍ଟ କରିପାରିଛନ୍ତି।

ସାହାରପଡା ସମେତ ଆଖପାଖ ଅଞ୍ଚଳର ଅନେକ ଚାଷୀ ଶ୍ରୀମତୀ ନାୟକଙ୍କ ପ୍ରେରଣାରେ ଉନ୍ନତ କୃଷି ପରିଚାଳନା କରି ସୂକ୍ଷ୍ମ ଜଳସେଚନ ଓ ପଲିଥିନ ମଲଚିଂ ଦ୍ୱାରା ପନିପରିବା, ମିଠା ମକ୍କା ଓ କଦଳୀ ଚାଷ କରି ଲାଭାନ୍ୱିତ ହେଉଛନ୍ତି। ତାଙ୍କର ଏହି ସଫଳତା ପାଇଁ ଭାରତୀୟ ଜଳ ପ୍ରବନ୍ଧନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ଼ଃ ଅର୍ଜ୍ଜମାଦତ୍ତ ଷଡଙ୍ଗୀଙ୍କ ସମେତ ସମସ୍ତ ବୈଜ୍ଞାନିକମାନେ ଶ୍ରୀମତୀ ନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories