www.samajalive.in
Monday, December 8, 2025
27.1 C
Bhubaneswar

ଧରାପଡ଼ିଲା ବିବାହ ଉତ୍ସବରେ ରୁଟି ଉପରେ ଛେପ ପକାଉଥିବା ବ୍ୟକ୍ତି

ମିରଟ : ଉତ୍ତର ପ୍ରଦେଶର ମିରଟ ସହରରେ ଏକ ବିବାହ ଉତ୍ସବରେ ଛେପ ପକାଇ ରୁଟି ତିଆରି ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ସେହି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ପରେ ଗିରଫ କରିଥିବା ସୂଚନା ମିଳିଛି।

ପୁଲିସ ଅଧୀକ୍ଷକ (ନଗର) ଆୟୁଷ ବିକ୍ରମ ସିଂହ କହିଛନ୍ତି ଯେ, ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ବ୍ୟକ୍ତି ରୁଟି ତିଆରି କରିବା ସମୟରେ ଛେପ ପକାଉଥିବାର ଦେଖାଯାଉଛି। ସେହି ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ସମ୍ପୃକ୍ତ ବ୍ୟକ୍ତି ତନ୍ଦୁର ରୁଟି ତିଆରିବେଳେ ଛେପ ପକାଇ ଏହାକୁ ସେକୁଥିବା ସ୍ବୀକାର କରିଥିଲା। ପରବର୍ତ୍ତୀ ସମୟରେ ତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

- Advertisement -

ଏହି ଭିଡିଓଟି ବ୍ରହ୍ମପୁରୀ ପୁଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପ୍ରେମ ମଣ୍ଡପର କୁହାଯାଉଛି, ଯେଉଁଠାରେ ବିବାହ ଉତ୍ସବ ସମୟରେ ଜଣେ ବ୍ୟକ୍ତି ତନ୍ଦୁର ଭିତରେ ରୁଟି ସେକୁଥିବା ସମୟରେ ରୁଟି ଉପରେ ଛେପ ପକାଉଥିବାର ଦେଖାଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories