www.samajalive.in
Sunday, December 7, 2025
26.1 C
Bhubaneswar

ଶିମିଳିପାଳ ବିସ୍ଥାପିତ କଲୋନୀରେ ପୁଣି ଅଗ୍ନିକାଣ୍ଡ : ୨୪ ବଖରା ଭସ୍ମୀଭୂତ

ବାରିପଦା : ମୟୁରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ସ୍ଥିତ ଶିଆଳିନଈ ଗାଁର ଶିମିଳିପାଳ ବିସ୍ଥାପିତ କଲୋନୀରେ ସୋମବାର ରାତିରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିସ୍ଥାପିତଙ୍କ ୨୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ତେବେ ଏଯାବତ୍ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୨୪ ତାରିଖରେ ଉକ୍ତ କଲୋନୀରେ ଅଗ୍ନିକାଣ୍ଡ ଘଟି ୧୬ ବଖରା ଘର ପୋଡି ଯାଇଥିଲା। ଏଥିସହିତ ଜଣେ ବ୍ୟକ୍ତି ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

- Advertisement -

ସୂଚନା ଅନୁସାରେ, ଗତ ବର୍ଷ ଜୁନ୍ ମାସରେ ଶିମିଳିପାଳ ଅଭୟାରଣ୍ୟର କୋର୍ ଏରିଆ ରାମଜୋଡିରୁ ୭୧ ପରିବାରକୁ ସ୍ଥାନାନ୍ତର କରାଯାଇ ଏଠାରେ ଥଇଥାନ କରାଯାଇଥିଲା। ଏଠାରେ ଖଡ଼ିଆ ଓ ମାଙ୍କଡିଆ ଜନଜାତିର ଲୋକେ ବସବାସ କରୁଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories