www.samajalive.in
Monday, December 15, 2025
14.1 C
Bhubaneswar

ଝୁମୋଇର ବିନନ୍ଦିନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀଠାରେ ଏକ ମେଗା ଝୁମୋଇର ବିନନ୍ଦିନୀ ୨୦୨୫ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଉତ୍ସାହଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇରର ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ଚା’ ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଝୁମର ଓ ଚା’ ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ ସମାନ ସମ୍ପର୍କ ରହିଛି ବୋଲି ସେ କହିଥିଲେ। ଆଜି ଏତେ ସଂଖ୍ୟକ କଳାକାର ଝୁମାର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିବେ। ୨୦୨୩ ମସିହାରେ ୧୧ ହଜାର କଳାକାରଙ୍କ ବିହୁ ନୃତ୍ୟ ପରିବେଷଣ ଏକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆସାମ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ସ୍ମୃତି ଏବଂ ସେ ଅନୁରୂପ ଆକର୍ଷଣୀୟ ପ୍ରଦର୍ଶନ ଆଶା କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories