www.samajalive.in
Monday, December 15, 2025
15.1 C
Bhubaneswar

୫ଟି ପରିବାରର ୧୪ ବଖରା ପୋଡି ପାଉଁଶ

ବାଣପୁର  : ସୋମବାର ଅପରାହ୍ନରେ ନାଚୁଣୀ ଥାନା ନାଚୁଣୀ ପୁରୁଣା ସାହିରେ ବଡଧରଣର ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୪ ବଖରା ଚାଳଘର ସମେତ ଧାନ ଓ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । କୈାଣସି କାରଣରୁ ଅପରାହ୍ନ ପ୍ରାୟ ୫ଟାରେ ସାହିରେ ହଠାତ୍ ନିଆଁ ଲାଗିଯାଇଥିଲା । ଗ୍ରାମରେ ପ୍ରାୟ ଚାଳଘର ଥିବାରୁ ଏବଂ ଘର ଗୁଡିକ ପରସ୍ପର ଲାଗି ରହିଥିବାରୁ ନିମିଷେକ ମଧ୍ୟରେ ନିଆଁ ବ୍ୟାପିଯାଇଥିଲା । ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ସେମାନଙ୍କ ପାଖରେ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପରେ ବାଲୁଗାଁ ଓ ଟାଙ୍ଗି ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତେବେଳକୁ ବୈଷ୍ଣବ ସୁବୁଦ୍ଧି, କପିଳା ସୁବୁଦ୍ଧି, ବିରଞ୍ଚି ରାଉତ, ମନୁ ରାଉତ ଓ ଧନୁ ରାଉତ ପ୍ରମୁଖ ୮ଟି ପରିବାରର ୧୪ ବଖରା ଚାଳଘର ସମେତ ଧାନ ଓ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ କ୍ଷୟକ୍ଷତିର ଆକଳନ ଚାଲିଛି । ତେବେ ପ୍ରାଥମିକ ଆକଳନରୁ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଅନୁମାନ କରା୍‌ଯାଉଛି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories