ସୁଭଦ୍ରା ଶକ୍ତି ମେଳାର ତୃତୀୟ ସନ୍ଧ୍ୟା

ଭୁବନେଶ୍ବର : ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ସୁଭଦ୍ରା ଶକ୍ତିମେଳାର ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ କୋଣରୁ ଆସିଥିବା ମହିଳା ଉଦ୍ୟଗୀଙ୍କୁ ପ୍ରୋତ୍ସାହନ ଦେବା ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବାର ଏକ ମାଧ୍ୟମ ସାଜିଛି ସୁଭଦ୍ରା ଶକ୍ତି ମେଳା । ସୁଭଦ୍ରା ଯୋଜନା ପରେ ସୁଭଦ୍ରା ଶକ୍ତି ମେଳାକୁ ମହିଳା ଉଦ୍ୟଗୀମାନେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପୋଷଣ କରିଛନ୍ତି।
ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ପରିଲଖିତ ହୋଇଛି । ସୋମବାର ତୃତୀୟ ସନ୍ଧ୍ୟାରେ ଓଡ଼ିଆ ସିନେମାର ସୁନାମଧନ୍ୟ ନାୟିକା ତଥା ପ୍ରଯୋଜିକା ଅନୁଚୌଧୁରୀ ଯୋଗ ଦେଇ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ଏ ନିଆରା ପ୍ରୟାସ ଓ ମହିଳାଙ୍କ ସ୍ୱାବଲମ୍ବୀ କରିବାର ପ୍ରଚେଷ୍ଟା ତାଙ୍କୁ ଆତ୍ମସନ୍ତୋଷ ଦେଇଥିବା ସେ କହିଛନ୍ତି ।
Comments are closed.