ଦ୍ବିତୀୟ ହ୍ରାସ

ଭୁବନେଶ୍ବର : ଆମେରିକାର ଟାରିଫ୍ ବା ଶୁଳ୍କଯୁଦ୍ଧରୁ ଉତ୍ପନ୍ନ ବିଶ୍ୱ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ସାବଧାନତାର ସହ ନିଷ୍ପତ୍ତି ନେବା ଦେଖାଯାଉଛି। ଶେୟାର ବଜାରର ପତନ ପରେ ଅର୍ଥନୈତିକ ମାନ୍ଦାବସ୍ଥାର ପଦଧ୍ବନି ଆମେରିକା ସମେତ ସମଗ୍ର ବିଶ୍ୱରେ ଅନୁଭୂତ ହେଉଛି। ବିଶ୍ୱବ୍ୟାପୀ ପ୍ରତିକୂଳତା ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଦ୍ୱିତୀୟ ଥର ପାଇଁ ରେପୋ ହାରରେ ୨୫ ବେସିସ ପଏଣ୍ଟ ହ୍ରାସ ଏ ଦୃଷ୍ଟିରୁ ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
କେନ୍ଦ୍ରୀୟ ବ୍ୟାଙ୍କ ଏବେ ସୁଧ ହାରକୁ ୬.୨୫ଧରୁ ୬ଧକୁ ହ୍ରାସ କରିବାର ନିଷ୍ପତ୍ତି ନେଇଛି। ଏହା ଚଳିତ ବର୍ଷ ଦ୍ୱିତୀୟ ଥର ହ୍ରାସ। ପାଞ୍ଚ ବର୍ଷର ବ୍ୟବଧାନ ପରେ ପ୍ରଥମ ହ୍ରାସ ହୋଇଥିଲା। ଏହି ପଦକ୍ଷେପ ବିଶ୍ୱର ଆର୍ଥିକ ଅସ୍ଥିରତା ପ୍ରତି ରିଜର୍ଭ ବ୍ୟାଙ୍କର ଚିନ୍ତାକୁ ଦର୍ଶାଉଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ୱରେ ମୁଦ୍ରା ନୀତି କମିଟି (ଏମ୍ପିସି) ସମନ୍ୱୟ ରଖିବା ସହିତ ପରିବର୍ତ୍ତିତ ଅଗ୍ରାଧିକାରର ସଙ୍କେତ ଦେଇଛି। ମୂଲ୍ୟବୃଦ୍ଧି ବଦଳରେ ଅଭିବୃଦ୍ଧିକୁ ଗତି ଦେବାକୁ ଆର୍ବିଆଇ ପ୍ରାଧାନ୍ୟ ଦେଉଛି। ଆମେରିକାରୁ ଉତ୍ପନ୍ନ ବାଣିଜ୍ୟ ଯୁଦ୍ଧ ଓ ଟାରିଫ ସଙ୍କଟ ମଧ୍ୟରେ ଅର୍ଥନୈତିକ ଅନିଶ୍ଚିତତା ବଢ଼ୁଥିବା ସମୟରେ ଏହି ପରିସ୍ଥିତି ଲୋକଙ୍କ ଖର୍ଚ ବା ବ୍ୟୟକୁ କମାଇପାରେ, ଯାହା ମାନ୍ଦାବସ୍ଥା ଆଶଙ୍କା ବଢ଼ାଇପାରେ। ଘରୋଇ ନିବେଶ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ିପାରେ।
କେନ୍ଦ୍ରୀୟ ବ୍ୟାଙ୍କ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ପୂର୍ବାନୁମାନକୁ ମଧ୍ୟ ୬.୫ଧକୁ ସଂଶୋଧନ କରିଛି, ଯାହା ଆଗାମୀ ଅର୍ଥନୈତିକ ଆହ୍ବାନ ନେଇ ଚିନ୍ତାକୁ ସୂଚାଉଛି। ତେବେ ଏମ୍ପିସିର ଏହି ନିଷ୍ପତ୍ତି ଗୃହ ଓ ଯାନ ଋଣ ନେଇଥିବା ଲୋକଙ୍କୁ ଆଶ୍ବସ୍ତ କରିବଟ୍ଟ କାରଣ ସୁଧହାର କମିଲେ ଋଣଗ୍ରହୀତାଙ୍କ ଇଏମ୍ଆଇ ହ୍ରାସ ପାଇପାରେ। ଏହା ନୂଆ ଋଣ ନେବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବ ଓ ରିୟଲ ଇଷ୍ଟେଟ କ୍ଷେତ୍ରକୁ ଗତି ଦେବାର ସମ୍ଭାବନା ବଢ଼ାଇଛି। ତେବେ ଯେଉଁମାନେ ବ୍ୟାଙ୍କରେ ସ୍ଥାୟୀ ଜମା ରଖି ନିଜର ଗୁଜରାଣ ମେଣ୍ଟାନ୍ତି, ସେମାନଙ୍କ ପାଇଁ ଏହା କିଛିଟା ନୈରାଶ୍ୟଜନକ ହୋଇପାରେଟ୍ଟ କାରଣ ସୁଧହାର କମିଲେ ସେମାନଙ୍କ ପ୍ରକୃତ ରିଟର୍ଣ୍ଣ କମିଯିବ।
ମନେ ରଖିବା ଆବଶ୍ୟକ ଯେ ଅଭିବୃଦ୍ଧି ନିମନ୍ତେ ସୁଧ ହାର ହ୍ରାସ ଏକ ଜରୁରୀ ଉପକରଣ, କିନ୍ତୁ ଶେଷ ସମାଧାନ ନୁହେଁ। ମୂଲ୍ୟବୃଦ୍ଧି ଚାପ ଓ ମୁଦ୍ରା ଅସ୍ଥିରତା ପ୍ରତି କେନ୍ଦ୍ରୀୟ ବ୍ୟାଙ୍କ ସତର୍କ ରହିବା ଦରକାର, ଯାହା ମହରଗ ବଢ଼ାଇବାର କାରଣ ହୋଇପାରେ। ବ୍ୟାଙ୍କଗୁଡ଼ିକ ସୁଧ ହାର ହ୍ରାସର ଲାଭ ଶୀଘ୍ର ଋଣଗ୍ରହୀତାଙ୍କୁ ଦେବା ଜରୁରୀ। ସେ ଯାହାହେଉ, ଏହି ହାର ହ୍ରାସ କେନ୍ଦ୍ରୀୟ ବ୍ୟାଙ୍କର ଅଭିବୃଦ୍ଧିକୁ ଗତି ଦେବାର ଇଚ୍ଛାକୁ ଦର୍ଶାଉଛିଟ୍ଟ କିନ୍ତୁ ଏହା ସେତେବେଳେ ହିଁ ପ୍ରଭାବଶାଳୀ ହେବ ଯଦି ଗଠନମୂଳକ ସଂସ୍କାରକୁ ଅଗ୍ରାଧିକାର ମିଳିବ।
ଦୀର୍ଘ ଦିନ ଧରି ସୁଧ ହାର ହ୍ରାସ ପାଇଁ ଦାବି କରିଆସୁଥିବା ଉଦ୍ୟୋଗ ଜଗତ କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତିକୁ ସ୍ୱାଗତ କରିଛି। ଏବେ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥବ୍ୟବସ୍ଥାରେ ମୁଦ୍ରା ପ୍ରବାହ ବୃଦ୍ଧି ପାଇଁ ଆଗ୍ରହୀ ଥିବା ଜଣାଯାଇଛି। ଅର୍ଥନୈତିକ ପ୍ରତିକୂଳତା ମଧ୍ୟରେ ମାନ୍ଦାବସ୍ଥାର ପ୍ରଭାବକୁ ଏଡ଼ାଇବା ପାଇଁ ମୁଦ୍ରା ପ୍ରବାହ ବୃଦ୍ଧି ଯୁକ୍ତିଯୁକ୍ତ। ବିଶ୍ବରେ ସୃଷ୍ଟ ଟାରିଫ ଯୁଦ୍ଧ ଦ୍ବାରା ଦେଶର ଅଭିବୃଦ୍ଧି ହାର ମଧ୍ୟ ପ୍ରଭାବିତ ହୋଇପାରେ ଓ ରପ୍ତାନି ଉପରେ ଖରାପ ପ୍ରଭାବ ପଡ଼ିପାରେ। ତେବେ ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଥିବାରୁ ଏହା ସରକାରଙ୍କୁ ମହରଗ ନିୟନ୍ତ୍ରଣରେ ସାହାଯ୍ୟ କରିପାରେ। କହିବା ବାହୁଲ୍ୟ ଯେ ସରକାର ଖାଉଟିଙ୍କ ହାତରେ ମଧ୍ୟ ଏହାର କିଛି ଲାଭ ପହଞ୍ଚାଇବାର ବ୍ୟବସ୍ଥା କରିବା ଉଚିତ।
Comments are closed.