www.samajalive.in
Saturday, December 6, 2025
26.1 C
Bhubaneswar

ଅଣ୍ଟାରେ ଶିକୁଳି.. ହାତ ଓ ଗୋଡ଼ରେ ହାତକଡ଼ି, ସାମ୍ନାକୁ ଆସିଲା ଆତଙ୍କୀ ରାଣାର ପ୍ରତ୍ୟର୍ପଣ ଫଟୋ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତାହାୱର ହୁସେନ ରାଣାକୁ ଭାରତ ଅଣାଯାଇଛି। ଗୁରୁବାର ଆମେରିକାରୁ ସ୍ଵତନ୍ତ୍ର ବିମାନ ଯୋଗେ ତାକୁ ଦିଲ୍ଲୀ ଅଣାଯିବାପରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ତାକୁ ଗିରଫ କରିଛି। ଏନଆଇଏ ଅଦାଲତ ତାକୁ ୧୮ ଦିନିଆ ହେପାଜତକୁ ପଠାଇଛନ୍ତି। ରାଣାକୁ ଆମେରିକୀୟ ମାର୍ଶଲ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଇତିମଧ୍ୟରେ ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌ ପକ୍ଷରୁ ପ୍ରତ୍ୟର୍ପଣର ଫଟୋ ଜାରି କରାଯାଇଛି। ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ ଆତଙ୍କୀ ରାଣାକୁ ଶିକୁଳିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ଅଣ୍ଟାରେ ଶିକୁଳି ସାଙ୍ଗକୁ ହାତ ଓ ଗୋଡ଼ରେ ହାତକଡ଼ି ବାନ୍ଧି ଆମେରିକାର ମାର୍ଶଲ ମାନେ ଭାରତୀୟ ଅଧିକାରୀମାନଙ୍କୁ ରାଣାକୁ ହସ୍ତାନ୍ତର କରୁଥିବା ଫଟୋରେ ଦେଖିବାକୁ ମିଳିଛି।

- Advertisement -

କାଲିଫର୍ନିଆର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟରେ ଆମେରିକୀୟ ମାର୍ଶଲମାନେ ପାକିସ୍ତାନ ତଥା କାନାଡ଼ା ନାଗରିକ ତାହାୱର ରାଣାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରିଥିଲେ। ଅଜମଲ କସାବ ଏବଂ ଜବିଉଦ୍ଦିନ୍ ଅନସାରୀ ଓରଫ ଅବୁ ଜୁନ୍ଦାଲଙ୍କ ପରେ ରାଣା ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଭାରତରେ ମୋକଦ୍ଦମା ଚାଲୁଥିବା ତୃତୀୟ ବ୍ୟକ୍ତି ହେବ।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories