www.samajalive.in
Monday, December 15, 2025
14.1 C
Bhubaneswar

ସରକାରୀ ଅଧିକାରୀଙ୍କ ପ୍ରତିଶ୍ରୁତି ବଦଳାଇ ପାରିଲାନି ସାଇବାନିଙ୍କ ଭାଗ୍ୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି ବନ୍ଧପଡ଼ାରେ ଏକ ସରକାରୀ ଜାଗାରେ ରହନ୍ତି ସାଇବାନି। ବୟସ ୭୪ ବର୍ଷ। ଗତ ୮ ତାରିଖରେ ତାଙ୍କ ବିଷୟରେ ‘ସମାଜ’ ଖବର କାଗଜରେ ପ୍ରକାଶିତ ଖବରକୁ ରେମୁଣ୍ଡାର ରମେଶ ମେହେର ନାମକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରିଥିଲେ। ଫଳରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୧୧ ତାରିଖରେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଏନଏସି ଅଧିକାରୀ ରିପୁନାଥ ସୁନା କର୍ମଚାରୀମାନଙ୍କ ସହ ସାଇବାନିଙ୍କ ଘରକୁ ପହଞ୍ଚି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଚାରି ଦିନ ମଧ୍ୟରେ ତାଙ୍କ ସ୍ବାମୀଙ୍କ ଭତ୍ତା ଓ ଗୃହ ନିର୍ମାଣ ପାଇଁ ଆଦେଶ ଜାରି କରିବେ। କିନ୍ତୁ ଆଜିକୁ ୧୧ ଦିନ ବିତି ଯାଇଥିଲେସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସାଇବାନିଙ୍କ ମନରେ ଉଙ୍କି ମାରିଥିବା ଆଶା ପୁଣି ମଉଳି ଯାଇଛି। ପୁଣିଥରେ ସେ ନିରାଶ ହୋଇ ବଞ୍ଚିବାର ରାହା ଖୋଜୁଛନ୍ତି। ସ୍ବାମୀ ପକ୍ଷାଘାତ ରୋଗୀ। ଦୀର୍ଘ ୪୦ରୁ ଊର୍ଦ୍ଧ୍ବ ବର୍ଷ ଧରି ସେ ଏହି ଚାଳ ଛପର ଘରେ ରହି ଆସୁଛନ୍ତି। କୁଲି ମଜୁରୀ କରି ଚାରି ଝିଅଙ୍କ ବାହାଘର କରିବା ପରେ ସେ ସର୍ବସ୍ବାନ୍ତ ହୋଇ ଯାଇଛନ୍ତି।

ଅନ୍ୟପକ୍ଷରେ ସ୍ବାମୀ ମଧ୍ୟ ପକ୍ଷାଘାତ ରୋଗୀ ହୋଇଥିବାରୁ ଏବେ ରୋଜଗାର ପାଇଁ ଅକ୍ଷମ। ପରିଣତ ବୟସରେ ସାଇବାନି ମଧ୍ୟ ଆଉ ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି। କେବଳ ପାଉଥିବା ୧୦୦୦ ଟଙ୍କା ଭତ୍ତା ପଇସା ହିଁ ତାଙ୍କର ସମ୍ବଳ। ସ୍ବାମୀଙ୍କୁ ୮୦ ବର୍ଷ ହୋଇଥିଲେସୁଦ୍ଧା ବାର୍ଦ୍ଧକ୍ୟ ଭତ୍ତା ମିଳୁନି। ଜାଗା ମିଶନରେ ଅନେକ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଥିଲେ ମଧ୍ୟ ତାଙ୍କୁ ଏଯାଏଁ ସାମିଲ କରାଯାଇ ନାହିଁ। ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣିର ଦ୍ବାରସ୍ଥ ହୋଇ ତାଙ୍କର ଦୁଃଖ ଜଣାଇବେ ବୋଲି ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories