www.samajalive.in
Sunday, December 7, 2025
15.1 C
Bhubaneswar

ପୁଣି ଫେରିଲା ନୂଆ କରୋନା ଭାଇରସ୍ !

ବେଜିଂ: ଚୀନ୍‌ର ୟୁହାନସ୍ଥିତ ଏକ ପରୀକ୍ଷାଗାରରେ ବୈଜ୍ଞାନିକମାନେ କରୋନା ଭଳି ଅନୁରୂପ ଭୂତାଣୁ ଆବିଷ୍କାର କରିଛନ୍ତି। ଏହି ଭୂତାଣୁକୁ ଏଚ୍‌କେୟୁ୫-କୋଭ୍‌-୨ ଭାବେ ନାମିତ କରାଯାଇଛି। ବାଦୁଡି ଶରୀରରେ ଦେଖାଦେଉଥିବା ଏହି ଭୂତାଣୁ କରୋନା ଭଳି ମଣିଷ ଶରୀରରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ଶରୀରରେ ଏହି ନୂଆ ଭୂତାଣୁ ଚିହ୍ନଟ ହୋଇନାହିଁ। ଅବଶ୍ୟ କରୋନା ଭଳି ଏହି ଭୂତାଣୁ ସହଜରେ ମଣିଷ ଶରୀରରେ ପ୍ରବେଶ କରିପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ବୈଜ୍ଞାନିକମାନେ ଆଶ୍ବାସନା ଦେଇଛନ୍ତି। ଏଚ୍‌କେୟୁ୫-କୋଭ୍‌-୨ ଭୂତାଣୁ ବାଦୁଡି ଶରୀରରେ ଚିହ୍ନଟ କରାଯାଇଥିଲେ ସୁଦ୍ଧା ଏହା ମଣିଷ ଶରୀରକୁ ସଂକ୍ରମିତ ହୋଇପାରିବ କି ନାହିଁ, ସେ ସମ୍ପର୍କରେ ବୈଜ୍ଞାନିକମାନେ ସ୍ପଷ୍ଟ କରିପାରିନାହାନ୍ତି। ଅପରପକ୍ଷରେ ସେମାନେ କହିଛନ୍ତି ଯେ ପ୍ରତ୍ୟେକ କରୋନା ଭୂତାଣୁ ମଣିଷକୁ ଆକ୍ରାନ୍ତ କରିପାରିବେନି। କରୋନା ଏକ ବିଶାଳ ପ୍ରଜାତିର ଭୂତାଣୁ ହୋଇଥିବା​‌ବେଳେ କେତେକ ଭୂତାଣୁ ପ୍ରଭାବରେ ସାମାନ୍ୟ ଥଣ୍ଡା, କାଶ ହେଉଥିବାବେଳେ ଅନ୍ୟ ପ୍ରଜାତି ଯୋଗୁଁ ଶ୍ବାସନଳୀରେ ଭୟଙ୍କର ସଂକ୍ରମଣ ହୋଇଥାଏ ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories