www.samajalive.in
Monday, December 15, 2025
16.1 C
Bhubaneswar

‘ମୋତେ ହାଲୁକାରେ ନିଅନି’: ଫଡନବିସଙ୍କୁ ଏପରି ପରୋକ୍ଷ ଚେତାବନୀ ଦେଲେ ସିନ୍ଦେ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର ମହାୟୁତି ସରକାରରେ ଗଡ଼ବଡ଼ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧ ଏହା ସ୍ପଷ୍ଟ କରୁଛି। ତାହାରି ଭିତରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଫଡନବିସଙ୍କୁ ପରୋକ୍ଷ ଚେତାବନୀ ବି ଦେବା ଆରମ୍ଭ କରିଦେଇଛନ୍ତି। କଥା କଥାରେ ସରକାର ବଦଳାଇଦେବାର କ୍ଷମତା ବି ରହିଥିବା କହିସାରିଛନ୍ତି। ଏସବୁକୁ ନେଇ ମହାରାଷ୍ଟ୍ର ରାଜନୀତି ଏବେ ସରଗରମ ହୋଇଯାଇଛି।

ଶୁକ୍ରବାର ସାମ୍ବାଦିକମାନଙ୍କ ସହିତ କଥା ହେବା ସମୟରେ ସିନ୍ଦେ ଦୁଇଦିନ ତଳେ ଦେଇଥିବା ସରକାର ବଦଳାଇଦେବା ମନ୍ତବ୍ୟ ପୁନର୍ବାର ଦୋହରାଇଛନ୍ତି। ନାଗପୁରରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଥିଲେ, ଏହା ମୁଁ ପୂର୍ବରୁ କହିଛି। ଯେଉଁମାନେ ମୋତେ ହାଲୁକାରେ ନେଉଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ତାହା କହିଛି। ମୁଁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା। କିନ୍ତୁ ମୁଁ ବାଲା ସାହେବ ଏବଂ ଦିଝେ ସାହେବଙ୍କ କାର୍ଯ୍ୟକର୍ତ୍ତା। ଏଥିପାଇଁ ଯେତେବେଳେ ମୋତେ ହାଲୁକାରେ ନେଲେ ୨୦୨୨ରେ ସରକାର ବଦଳାଇ ଦେଇଥିଲି। ସାଧାରଣଙ୍କ ଜନତାଙ୍କ ଇଚ୍ଛାର ସରକାର ଆଣିଥିଲୁ। ସେଥିପାଇଁ ମୋତେ ହାଲୁକାରେ ନେବା ଉଚିତ ନୁହେଁ। ଏହି ଇଙ୍ଗିତ ଯାହାକୁ ବୁଝିବାର ଅଛି ସେ ବୁଝିଯିବେ ବୋଲି ସିନ୍ଦେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଫଡନବିସ ଡକାଉଥିବା ବିଭିନ୍ନ ବୈଠକକୁ ସିନ୍ଦେ ଯାଉନାହାନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଫଳରେ ବିଜେପି, ଶିବସେନା ଏବଂ ଏନସିପି ନେଇ ନେଇ ଗଠିତ ମହାୟୁତି ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଏହି ବିବାଦର ମୂଳଦୁଆ ଗତ ନଭେମ୍ବରରେ ଫଡନବିସ ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ପଡ଼ିଥିଲା। ସେତେବେଳେ ହିଁ ସିନ୍ଦେ ଖୁସି ନ ଥିବା ଜଣାପଡ଼ିଥିଲା। ଏହା ପରେ ଫଡନବିସ ସିନ୍ଦେଙ୍କ ସରକାରରେ କରାଯାଇଥିବା ବିଭିନ୍ନ ଯୋଜନାକୁ ରଦ୍ଦ କରିବା ଏବଂ କିଛି ପ୍ରକଳ୍ପ କାର୍ଯ୍ୟର ତଦନ୍ତ ନିର୍ଦେଶ ଦେଇଥିଲେ। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories