www.samajalive.in
Monday, December 15, 2025
16.1 C
Bhubaneswar

ରାଜ୍ୟରେ ଖରିଫ ଧାନସଂଗ୍ରହ ପ୍ରକ୍ରିୟା ଜାରି, ମଣ୍ଡିରେ ଥିବା ଧାନ ଘୋଡେଇ ରଖିବାକୁ ପରାମର୍ଶ

ଭୁବନେଶ୍ୱର : ଅଦିନିଆ ବର୍ଷାରୁ ଅମଳ ଫସଲର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଖରିଫ ଧାନସଂଗ୍ରହ ପ୍ରକ୍ରିୟା ଜାରି ରହିଥିବାବେଳେ ଅଦିନିଆ ବର୍ଷା ବିଭିନ୍ନ ଜିଲାମାନଙ୍କରେ ମଧ୍ୟ ଜାରି ରହିଛି। ଏହି ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଧାନକିଣା ପ୍ରକ୍ରିୟାକୁ ଚାଲୁ ରଖିବା ସହିତ ଅମଳ ଧାନର ସୁରକ୍ଷା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

ଚାଷୀମାନଙ୍କୁ ଆଗୁଆ ସଚେତନ କରାଯିବା ସହ ପାଣିପାଗ ସଂପର୍କରେ ସୂଚନା ଦିଆଯାଇଛି। ଏଥି ନିମନ୍ତେ ସମସ୍ତ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ମଣ୍ଡିରେ ଗଚ୍ଛିତ ଥିବା ଧାନଗୁଡ଼ିକୁ ଘୋଡେଇ ରଖିବା ନିମନ୍ତେ ଆବଶ୍ୟକ ପଲିଥିନ୍‌ ଯୋଗାଇଦେବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହ ଅଗ୍ରାଧିକାର ଭିତ୍ତିରେ ଧାନ ଉଠାଣ ପାଇଁ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

- Advertisement -

ଧାନଗୁଡ଼ିକର ସଂରକ୍ଷଣ ଏବଂ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀମାନଙ୍କ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି । ଧାନ ରଖା ଯାଇଥିବା ସ୍ଥାନର ଚାରି ପାଖରେ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଓ ଉପଯୁକ୍ତ ସୁରକ୍ଷା ଥିବା ଗାଡି ମାଧ୍ୟମରେ ଧାନ ପରିବହନ କରିବାକୁ ମଧ୍ୟ୍ୟ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହ ଦରକାର ପଡିଲେ ତ୍ୱରିତ ପଦକ୍ଷେପ ନେବା ପାଇଁ ଅଧିକାରୀ ମାନଙ୍କୁ ନିଯୁକ୍ତି କରାଯାଇଛି । ଏତଦବ୍ୟତୀତ ପାଣିପାଗ ଉପରେ ନଜର ରଖାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ।

ରାଜ୍ୟରେ ଅଦିନିଆ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ସଂପୃକ୍ତ ବିଭାଗଗୁଡ଼ିକୁ ସୂଚନା ଦିଆଯିବା ପରେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳ, ଜିଲା ଯୋଗାଣ ଅଧିକାରୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି ।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories