www.samajalive.in
Monday, December 15, 2025
15.1 C
Bhubaneswar

ରିଆନଙ୍କ ଶତକ, ଆଫଗାନିସ୍ତାନକୁ ୩୧୬ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ସମାଜ ଡିଜିଟାଲ ଡେସ୍କ: ରିଆନ ରିକେଲଟନଙ୍କ ଶତକ(୧୦୩) ଏବଂ ଅଧିନାୟକ ଟେମ୍ବା ବବୁମା, ଏଡେନ ମର୍କରମ, ରାସି ଭାବ ଡେର ଡସେନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଦଳ ଆଫଗାନିସ୍ତାନକୁ ୩୧୬ ରନର ଟାର୍ଗେଟ ଦେଇଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଆରମ୍ଭରୁ ଦଳ ଭଲ ପ୍ରଦର୍ଶନ କରିଥିଲା। ଟୋନି ଡେ ଜର୍ଜିଙ୍କୁ ଛାଡ଼ିଦେଲେ ଅନ୍ୟ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଆକର୍ଷଣୀୟ ଇନିଂସ ଖେଳିଥିଲେ। ରିଆନ ୧୦୩ ରନ କରିଥିବାବେଳେ ବବୁମା ୫୮, ଡସେନ ୫୨ ଏବଂ ମର୍କରମ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଯାହାଫଳରେ ଦଳ ୫୦ ଓଭରରେ ୬ ଉଇକେଟ ହରାଇ ୩୧୫ ରନ କରିବାରେ ସକ୍ଷମ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ସର୍ବାଧିକ ୨ଟି ଉଇକେଟ ନେଇଥିଲାବେଳେ ଫଜଲାକ୍‌ ଫାରୁକୀ, ଆଜମାତୁଲ୍ଲା ଓମାରଜାଇ ଏବଂ ନୁର ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଅନ୍ୟପଟେ ୩୧୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନ ଦଳର ଦୁଇ ଓପନର ରହମାନୁଲ୍ଲ ଗୁରବାଜ ଏବଂ ଇବ୍ରାହିମ ଜର୍ଡାନ ବ୍ୟାଟିଂ ଜାରି ରଖିଛନ୍ତି। ୨.୪ ଓଭର ସୁଦ୍ଧା ଆଫଗାନିସ୍ତାନ ବିନା କୌଣସି ଉଇକେଟ ହରାଇ ୧୦ ରନ ସଂଗ୍ରହ କରିନେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories