www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଅଟୋ ନା ବସ୍‌, ଯାତ୍ରୀଙ୍କୁ ଗଣି ଗଣି ପୁଲିସ ବି କାବା..

ନୂଆଦିଲ୍ଲୀ : ବସ୍‌ ସହ ଅନେକ ଲୋକେ ନିଜ କାମକୁ ଯିବା ପାଇଁ ଅଟୋର ମଧ୍ୟ ବ୍ୟବହାର କରି ଥାନ୍ତି । ଅଟୋରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ମଧ୍ୟ ଆଇନ୍‌ ଅନୁଯାୟୀ ଅପରାଧ । ଏହା ଜାଣି ମଧ୍ୟ ଅନେକ ଅଟୋ ଚାଳକ ଅଧିକ ଯାତ୍ରୀଙ୍କୁ ଅଟୋରେ ନେଇ ଥାନ୍ତି । ନିକଟରେ ଉତ୍ତରପ୍ରଦେଶ ଝାନ୍ସୀରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି ।

ଅଟୋରେ ସାଧାରଣତଃ ୩ରୁ ୪ କିମ୍ବା ଅଧିକରୁ ଅଧିକ ୬ ଜଣ ବସି ଯାତ୍ରା କରି ପାରିବେ । ମାତ୍ର ଭାଇରାଲ୍‌ ଭିଡିଓରେ ଅଟୋ ଚାଳକ ଜଣକ ସମସ୍ତ ସୀମା ପାର୍‌ କରିଥିବା ଦେଖାଯାଇଛି । ଚାଳକ ଜଣକ ଅଟୋରେ ୫ କି ୭ ନୁହେଁ ବରଂ ୧୯ ଜଣ ଯାତ୍ରୀଙ୍କୁ ଅଟୋରେ ବସାଇ ନେଉଥିଲେ । ରାସ୍ତାରେ ପୁଲିସ ଏହା ଦେଖି ଅଟୋକୁ ଅଟକାଇବା ସହ ଯାତ୍ରୀଙ୍କୁ ଗଣି ଗଣି ଆଶ୍ଚର୍ଯ୍ୟ ହୋଇଥିଲେ । ଏହାପରେ ପୁଲିସ ଅଟୋ ଚାଳକ ବିରୁଦ୍ଧରେ ମାମଲା ରୁଜୁ ସହ ଘଟଣାର ତଦନ୍ତ ଜାରି ରଖିଛି ।

- Advertisement -

ଏହି ସମ୍ପୂର୍ଣ୍ଣ ଘଟଣା ଝାନ୍ସୀର ବରୁଆସାଗରର । ଏଠାରେ ଟ୍ରାଫିକ୍‌ ପୁଲିସ ୧୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଯାଞ୍ଚ ସମୟରେ ଅଟକ ରଖିଥିଲା । ଏହି ସିଏନଜି ଅଟୋରେ କେବଳ ୩ ଜଣ ଯାତ୍ରୀ ବସିବା ପାଇଁ ଆରଟିଓ ପରମିଟ୍‌ ମିଳିଥାଏ ।

ଯାଞ୍ଚ ସମୟରେ ପୁଲିସ ଘଟଣାର ଭିଡିଓ ରେକର୍ଡ କରିଥିଲା । ଘଟଣାର ତଦନ୍ତ ଜାରି ରଖିଛି । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

ମାତ୍ର ଏତିକି ଟଙ୍କା.. ବିଏସ୍‌ଏନ୍‌ଏଲ୍‌ ଆଣିଲା ଜବରଦସ୍ତ ପ୍ଲାନ୍‌, ସବୁଦିନ ମିଳିବ ୨ ଜିବି ଡାଟା ସହ ଏସବୁ ସୁବିଧା..

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories