www.samajalive.in
Saturday, December 6, 2025
19.1 C
Bhubaneswar

କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: ବେଙ୍ଗାଲୁରୁ ବିଦା, କ୍ବାର୍ଟରରେ ଇଣ୍ଟର କାଶୀ ଓ ମୁମ୍ବଇ ସିଟି ଏଫ୍‌ସି

କଟକ: କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା କଳିଙ୍ଗ ସୁପରକପ ଫୁଟବଲ ଚମ୍ପିଆନସିପ୍‌-୨୦୨୫ର କ୍ବାର୍ଟର ଫାଇନାଲରେ ଇଣ୍ଟର କାଶୀ ଓ ମୁମ୍ବଇ ସିଟି ଏଫ୍‌ସି ପ୍ରବେଶ କରିଛନ୍ତି। ବୁଧବାର ୫ମ ଓ ୬ଷ୍ଠ ପ୍ରି କ୍ବାର୍ଟର ଫାଇନାଲ ଖେଳାଯାଇଥିଲା। ଏଥିରେ ଇଣ୍ଟରକାଶୀ ଓ ମୁମ୍ବଇ ସିଟି ଏଫ୍‌ସି ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ବେଙ୍ଗାଲୁରୁ ଏଫ୍‌ସି ଓ ଚେନ୍ନୟିଇନ୍‌ ଏଫ୍‌ସି ବିଦାୟ ନେଇଛି।
ପଞ୍ଚମ ପ୍ରି କ୍ବାର୍ଟର ଫାଇନାଲରେ ଇଣ୍ଟରକାଶୀ ପେନାଲ୍ଟି ୧-୧(୫-୩ ) ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରି କ୍ବାର୍ଟର ଫାଇନାଲ​‌େ​‌ର ପହଞ୍ଚିଛି। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ ବରାବର ରହିବାରୁ ପେନାଲ୍ଟିର ଆଶ୍ରୟ ନିଆଯାଇଥିଲା। ଏଥିରେ ଇଣ୍ଟରକାଶୀ ୫-୩ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲ।ା ନିର୍ଦ୍ଧାରିତ ସମୟ ତଥା ଖେଳର ୧୪ ମିନିଟ୍‌ରେ ମାତିଜା ବାଭୋଭିକ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୬୨ ମିନିଟ୍‌ରେ ବେଙ୍ଗାଲୁରୁ ଏଫ୍‌ସି ଗୋଲ ବରାବର କରି ନେଇଥିଲା। ଦଳ ପକ୍ଷରୁ ରିୟାନ ୱିଲିୟମ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ଷଷ୍ଠ କ୍ବାର୍ଟର ଫାଇନାଲରେ ମୁମ୍ବଇ ସିଟି ଏଫ୍‌ସି ୪-୦ ଗୋଲରେ ଚେନ୍ନଇୟିନ୍‌ ଏଫ୍‌ସିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଛିା ମୁମ୍ବଇ ସିଟି ଏଫ୍‌ସି ପକ୍ଷରୁ ୪୩ ମିନିଟ୍‌ରେ ଏନ୍‌ କାରଲିସ୍‌, ୬୪ ମିନିଟ୍‌ରେ ଲାଲରିନଜୁଆଲା ଚେଙ୍ଗେଟ୍‌ ଦ୍ବିତୀୟ ଓ ୮୬ ମିନିଟ୍‌ରେ ତୃତୀୟ ଗୋଲ୍‌ ଦେଇଥିଲେ। ୯୦ ମିନିଟ୍‌ରେ ବିପିନ ସିଂହ ଚତୁର୍ଥ ଗୋଲ ଦେଇ ମୁମ୍ବଇ ସିଟି ଏଫ୍‌ସିକୁ ୪-୦ରେ ବିଜୟୀ କରାଇଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories